ନୂଆଦିଲ୍ଲୀ: ‘କଚ୍ଚା ବାଦାମ’ ଗାୟକ ଭୁବନ ବାଡ୍ୟାକର ନିଜର ନୂଆ ଗୀତ ରିଲିଜ କରିଛନ୍ତି । ଏହି ଗୀତଟିକୁ ମଧ୍ୟ ଅନେକ ଲୋକ ପସନ୍ଦ କରିଛନ୍ତି, ଯାହାକି ପ୍ରଥମରୁ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକାଂଶ ଲୋକ ଗୀତଟିକୁ ବୁଝିପାରୁନଥିଲେ ବି, ଏହାର ସ୍ୱରରେ ନାଚିବା ଆରମ୍ଭ କରିଛନ୍ତି ।
ଏହି ଗୀତକୁ ନେଇ ରିଲ୍ସ ତିଆରି ହେବାରେ ଲାଗିଛି । ଖାସ୍ କଥା ହେଉଛି କି, ଏହି ଗୀତର କନେକ୍ସନ କିଛି ଦିନ ପୂର୍ବରୁ ହୋଇଥିବା ତାଙ୍କର ଦୁର୍ଘଟଣା ସହିତ ରହିଛି । ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଆସିଛନ୍ତି ।
ତେବେ ଭୁବନ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ସେ କାର ଚଳାଇବା ଶିଖୁଥିବା ବେଳେ ବଡ଼ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ଭୁବନଙ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ଅନୁସାରେ, ଭୁବନଙ୍କର ଛାତି ବ୍ୟତୀତ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲା । ନିକଟରେ ସେ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲେ, ଯାହାକୁ ସେ ଶିଖୁଥିବା ସମୟରେ ଦୁର୍ଘଟଣା ହୋଇଥିଲା । ସୁସ୍ଥ ହେବା ପରେ ଭୁବନ ଏହି ଗୀତଟିକୁ ପ୍ରସ୍ତୁତ କରିଥିଲେ । ତାଙ୍କ ନୂଆ ଗୀତର ନାଁ ‘ଆମର ନୋଟୁନ ଗରି’ ରହିଛି, ଯାହାର ଅର୍ଥ ‘ମୋର ନୂଆ ଗାଡ଼ି’ ।
View this post on Instagram