ନୂଆଦିଲ୍ଲୀ : ଛଅ ବର୍ଷର ଲମ୍ବା ଅପେକ୍ଷା ପରେ ପବିତ୍ର କୈଲାସ ମାନସରୋବର ଯାତ୍ରା ୩୦ ଜୁନ ୨୦୨୫ରୁ ପୁଣି ଆରମ୍ଭ ହେବାକୁ ଯାଉଛି। କୋଭିଡ-୧୯ ମହାମାରୀ ଓ ଭାରତ-ଚୀନ ସୀମା ବିବାଦ ହେତୁ ୨୦୨୦ରୁ ଏହା ବନ୍ଦ ଥିଲା। ଏବେ ଉତ୍ତରାଖଣ୍ଡର ଲିପୁଲେଖ ଓ ସିକିମର ନାଥୁ ଲା ପାସ ଦେଇ ଏହି ଯାତ୍ରା ହେବ। ବୈଦେଶିକ ମନ୍ତ୍ରଣାଳୟ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ କରିଛି, ଯାହାର ଶେଷ ତାରିଖ ୧୩ ମଇ ୨୦୨୫।
ଖର୍ଚ
ଲିପୁଲେଖ ରୁଟ (ଉତ୍ତରାଖଣ୍ଡ): ଜଣେ ଯାତ୍ରୀଙ୍କ ପାଇଁ ଖର୍ଚ ପ୍ରାୟ ୧.୭୪ ଲକ୍ଷ ଟଙ୍କା। ଏହା ୨୨ ଦିନିଆ ଯାତ୍ରା, ଯେଉଁଥିରେ ଭାରତରେ ୧୪ ଦିନ ଓ ତିବ୍ବତରେ ୮ ଦିନ ରହିବ।
ନାଥୁ ଲା ରୁଟ (ସିକିମ): ଜଣେ ଯାତ୍ରୀଙ୍କ ପାଇଁ ଖର୍ଚ ପ୍ରାୟ ୨.୮୩ ଲକ୍ଷ ଟଙ୍କା। ଏହା ୨୧ ଦିନରେ ଶେଷ ହେବ।
ଘୋଡା/ପୋର୍ଟର: ପ୍ରାୟ ୪୫,୦୦୦ ଟଙ୍କା ଅତିରିକ୍ତ।
ନେପାଳ ରୁଟ (ପ୍ରାଇଭେଟ): ପ୍ରାୟ ୧.୮୫-୨ ଲକ୍ଷ ଟଙ୍କା।
ରୁଟ
୧. ଲିପୁଲେଖ ରୁଟ
ଆରମ୍ଭ: ଦିଲ୍ଲୀ
ରୁଟ: ଦିଲ୍ଲୀ → ଟନକପୁର → ଧାରଚୂଲା → ଗୁଞ୍ଜି → ନାଭିଢାଙ୍ଗ → ଲିପୁଲେଖ → ତକଲାକୋଟ (ଚୀନ)।
ଅବଧି: ୨୨ ଦିନ
ବୈଶିଷ୍ଟ୍ୟ: ଏହା କଠିନ ରୁଟ, ୧୯,୫୦୦ ଫୁଟ ଉଚ୍ଚତାରେ ଟ୍ରେକିଂ ଆବଶ୍ୟକ।
୨. ନାଥୁ ଲା ରୁଟ
ଆରମ୍ଭ: ଦିଲ୍ଲୀ
ରୁଟ: ଦିଲ୍ଲୀ → ବାଗଡୋଗରା (ବିମାନ) → ଗଙ୍ଗଟୋକ → ନାଥୁ ଲା → ତିବ୍ବତ।
ଅବଧି: ୨୧ ଦିନ
ବୈଶିଷ୍ଟ୍ୟ: ଏହା ସହଜ ରୁଟ, କିନ୍ତୁ ଖର୍ଚ ଅଧିକ।
୩. ନେପାଳ ରୁଟ (ପ୍ରାଇଭେଟ)
ଆରମ୍ଭ: କାଠମାଣ୍ଡୁ
ରୁଟ: କାଠମାଣ୍ଡୁ → ନେପାଳଗଞ୍ଜ/ସିମିକୋଟ → ହିଲସା → ମାନସରୋବର → କୈଲାସ ପରିକ୍ରମା।
ଅବଧି: ୧୨-୧୭ ଦିନ
ପ୍ରସ୍ତୁତି ଓ ସୁରକ୍ଷା
ରେଜିଷ୍ଟ୍ରେସନ: https://kmy.gov.in ରେ ଅନଲାଇନ ଆବେଦନ କରନ୍ତୁ।
ସ୍ୱାସ୍ଥ୍ୟ ପରୀକ୍ଷା: ଦିଲ୍ଲୀ ଓ ଗୁଞ୍ଜି/ଶେରାଥାଙ୍ଗରେ ମେଡିକାଲ ଟେଷ୍ଟ ହେବ।
ଯାତ୍ରୀ ସଂଖ୍ୟା: ମୋଟ ୭୫୦ ଯାତ୍ରୀ (୧୫ ବ୍ୟାଚ, ପ୍ରତ୍ୟେକରେ ୫୦ ଜଣ)।
ସୁରକ୍ଷା: ITBP ଓ KMVN ସୁରକ୍ଷା ଦେବେ।
ସୂଚନା
ଭାରତ-ଚୀନ ସମ୍ପର୍କ ଉନ୍ନତ ହେବା ପରେ ଏହି ଯାତ୍ରାକୁ ଅନୁମତି ମିଳିଛି। ଲିପୁଲେଖରେ ରାସ୍ତା ନିର୍ମାଣ ହେତୁ ଟ୍ରେକିଂ ୧୦୦ କିମି କମିଛି। ଯାତ୍ରୀମାନେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ରହିବା ଜରୁରୀ।