fbpx

ନୂଆଁଖାଇରେ ଚାଷୀ ପାଇବେ କାଳିଆ ଟଙ୍କା, ୪୧ ଲକ୍ଷ କୃଷକ ଉପକୃତ ହେବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀଙ୍କ ପାଇଁ ଖୁସି ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ସେପ୍ଟେମ୍ବର ୧ ତାରିଖରେ ଚାଷୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏଥିରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ । ରାଜ୍ୟରେ ଚାଷୀଙ୍କୁ ସହାୟତା ପାଇଁ ବିଜେଡ଼ି ସରକାର ୨୦୧୯ ମସିହାରେ ଏହି କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତିବର୍ଷ କିସ୍ତି ଆକାରରେ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇଥାନ୍ତି ।

ଚଳିତ ବର୍ଷରେ ଶେଷ କିସ୍ତି ଗତ ଅକ୍ଷୟ ତୃତୀୟା ଦିନ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ଆଉ ଏବେ ନୂଆଁଖାଇ ଅବସରରେ ଚାଷୀଙ୍କୁ ପୁଣି ଥରେ ଭେଟିଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବରେ ୪୧ ଲକ୍ଷ ଚାଷୀଙ୍କ ଖାତାକୁ ୮୬୭ କୋଟି ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.