fbpx

୪ର୍ଥ ଦିନରେ ୩୦୦ କୋଟି ପାର କଲା ‘Kalki 2898 AD’, ଓପନିଙ୍ଗ ୱିକଣ୍ଡରେ ଭାଙ୍ଗିଲା ରେକର୍ଡ

Advertisement

ମୁମ୍ବାଇ: ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ କଳ୍କି ୨୮୯୮ ଏଡି ସିନେମାହଲରେ ଧମାଲ କରୁଛି । ଏହି ଫିଲ୍ମର କ୍ରେଜ ପୂର୍ବରୁ ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ପ୍‌୭୍ୟନ୍ତ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ରିଲିଜ ପୂର୍ବଦିନ ମହାବମ୍ପର ଓପିନିଙ୍ଗ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ କରିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମଟି ୪ର୍ଥ ଦିନରେ ବକ୍ସ ଅଫିସରେ କେତେ କଲେକ୍ସନ କରିଛି ।
କଲ୍କି ୨୮୯୮ ଏଡିର ବିଗ ବଜେଟ, ବଡ ଷ୍ଟାର କାଷ୍ଟ, ସ୍ପେଶାଲ ଇଫେକ୍ଟ ଏବଂ ଭିଏଫଏକ୍ସଠାରୁ ନେଇ ଅନେକ ଷ୍ଟାର୍ସର କେମିଓସ.. ଏହି ଫିଲ୍ମରେ ଏପରି କିଛି ଆକର୍ଷଣୀୟ ଜିନିଷ ରହିଛି ଯାହା ଦର୍ଶକଙ୍କୁ ସିନେମାଘରକୁ ଟାଣି ନେଉଛି ।

ଫିଲ୍ମର କଲେକ୍ସନ କଥା କହିଲେ କଳ୍କି ୨୮୯୮ ଏଡି ରିଲିଜର ଗୋଟିଏ ଦିନ ପୂର୍ବରୁ ୯୫.୩ କୋଟିର କଲେକସନ କରିଥିଲା । ଦ୍ୱିତୀୟ ଦିନ ଫିଲ୍ମ ୩୯.୫୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା । ଏହା ସମୁଦାୟ ୫୭.୬ କୋଟି ଟଙ୍କାର ରୋଜଗାର କଲା । ତୃତୀୟ ଦିନ ୧୧.୯୮ ପ୍ରତିଶତ ରୋଜଗାର କରିଥିବା ବେଳେ ଚତୁର୍ଥ ଦିନରେ ସମୁଦାୟ ୩୦୦ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମଟି ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହୋଇଛି । ସେଥିପାଇଁ ସବୁ କଲେକ୍ସନକୁ ମିଶାଇ ଫିଲ୍ମ ଗତକାଲି ସପ୍ତାହ ଛୁଟିରେ ଅଧିକ ଟଙ୍କା ରୋଜଗାର କରିଛି । ଏହି ଫିଲ୍ମର ସେକେଣ୍ଡ ପାର୍ଟ ବି ଆସିବ ବୋଲି ଦର୍ଶକମାନେ ରିଭ୍ୟୁ ଦେଇଛନ୍ତି । ତେବେ ଆଗକୁ ଆହୁରି ଅଧିକ ଟଙ୍କା ରୋଜଗାର କରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.