fbpx

ଇତିହାସ ରଚିଲା ‘କଲ୍କି ୨୮୯୮ ଏଡି’; ପ୍ରଥମ ଦିନରେ ଭାଙ୍ଗିଲା ‘ପାଠାନ୍, ଯବାନ, କେଜିଏଫ୍-୨ ଓ ଆନିମଲ’ର ରେକର୍ଡ

Advertisement

ମୁମ୍ୱାଇ: ଜବରଦସ୍ତ ପ୍ରମୋସନ ପରେ ଇତିହାସ ରଚିଲା ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍କି ୨୮୯୮ ଏଡି’। ଜୁନ୍ ୨୭, ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏହି ଫିଲ୍ମ। ଏହି ଫିଲ୍ମର କ୍ରେଜ ଦର୍ଶକଙ୍କ ମୁଣ୍ଡରେ ଏତେ ଅଧିକ ଯେ ଏଥିରେ ପ୍ରଥମ ଦିନ ପାଇଁ ବମ୍ପର ଆଡଭାନ୍ସ ବୁକିଂ ହୋଇଥିଲା। ଗୋଟିଏ ଦିନରେ ବକ୍ସ ଅଫିସରେ ଧମାଲ ମଚାଇଛି ‘କଲ୍କି ୨୮୯୮ ଏଡି’।

‘କଲ୍କି ୨୮୯୮ ଏଡି’ ୨୦୨୪ ମସିହାର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ସେଥିପାଇଁ ପ୍ରଶଂସକମାନେ ଚଳଚ୍ଚିତ୍ରକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଏହା ରିଲିଜ୍ ହେବାର ପ୍ରଥମ ଦିନରେ ଇତିହାସ ରଚିଥିବା ବେଳେ ‘କଲ୍କି ୨୮୯୮ ଏଡି’ ମଧ୍ୟ ଓପନିଂ ଡେ’ରେ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି। ସେପଟେ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନର ଆୟର ତଥ୍ୟ ସାମ୍ନାକୁ ଆସିଛି ।

  • ସେକ୍ନିଲ୍କଙ୍କ ଆର୍ଲି ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘କଲ୍କି ୨୮୯୮ ଏଡି’ ରିଲିଜ୍ ହେବାର ପ୍ରଥମ ଦିନରେ ୯୫ କୋଟି ଟଙ୍କାର ବମ୍ପର ଓପନିଂ କରିଛି।
  • ତେଲୁଗୁ ସର୍ବାଧିକ ୬୪.୫ କୋଟି ଟଙ୍କା ଆୟ କରିଛି।
  • ହିନ୍ଦୀ ସଂସ୍କରଣରେ ଫିଲ୍ମର ପ୍ରଥମ ଦିନର କଲେକ୍ସନ ୨୪ କୋଟି ଥିଲା ।
  • ତାମିଲରେ ଏହି ଫିଲ୍ମ ୪ କୋଟି ଆୟ କରିଥିଲା ।
  • ମାଲାୟାଲମରେ ଏହି ଫିଲ୍ମ ୨.୨ କୋଟି ବ୍ୟବସାୟ କରିଥିଲା ।
  • କନ୍ନଡ଼ ଭାଷାରେ ଏହି ଫିଲ୍ମର କଲେକ୍ସନ ସର୍ବନିମ୍ନ ୩୦ ଲକ୍ଷ ଟଙ୍କା ଥିଲା ।

ଯଦିଓ ଏହା ବିଶେଷଜ୍ଞଙ୍କ ଆକଳନ, କିନ୍ତୁ ସରକାରୀ ତଥ୍ୟ ଆସିବା ପରେ ଏହା ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

Get real time updates directly on you device, subscribe now.