fbpx

KALKI 2898 AD MOVIE: ଫ୍ୟାନ୍ସ କହିଲେ ପେସାବସୁଲ ସିନେମା, ଏସଏସ ରାଜାମୌଲିଙ୍କ ତାରିଫ, ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଲା ଖଚାଖଚ ଭିଡ

Advertisement

ଓଡିଶା ଭାସ୍କର: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସିନେମା “କଲ୍କି ୨୮୯୮ ଏଡି’ ଆଜି ସାରା ଦେଶର ସିନେମା ହଲରେ ରିଲିଜ ହୋଇଛି । ୬୦୦ କୋଟିର ବଜେଟରେ ନିର୍ମିତ ଏହି ସିନେମା ହିନ୍ଦୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ବିଜ୍ଞାନର ସମନ୍ୱୟରେ ନିର୍ମିତ ଏହି ସିନେମାକୁ ବେଶ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ରାଜଧାନୀର ସବୁ ସିନେମା ହଲରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଲୋକେ ସକାଳ ସୋ’ ରୁ ଏହି ସିନେମା ଦେଖି ନିଜର ଦିନଚର୍ଯ୍ୟା ଆରମ୍ଭ କରିଛନ୍ତି । ରାଜଧାନୀର ମହାରାଜା, କେଶରୀ ତଥା ସିନେଫ୍ଲେକ୍ସରେ ଆଗୁଆ ଟିକେଟ ବୁକ କରି ସିନେମାକୁ ଦେଖି ଆତ୍ମବିଭୋର ହୋଇଛନ୍ତି । ଫ୍ୟାନ୍ସଙ୍କ ମନରେ ନାହି ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ସିନେମାଟି ବକ୍ସ ଅଫିସରେ ପ୍ରଥମ ସୋ’ରୁ ହିଁ ଛକା ମାରି ଦମଦାର ଆରମ୍ଭ କରି ପାରିଛି ।

“କଲ୍କି ୨୮୯୮ ଏଡି’ ସିନେମା ହେଉଛି ଭାରତର ସର୍ବାଧିକ ବଜେଟର ସିନେମା । ଏଥିରେ ସୁପରଷ୍ଟାର ପ୍ରଭାସ, ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ତଥା କମଳ ହସନଙ୍କ ଜୀବନ୍ତ ଅଭିନୟ ସିନେମାକୁ ସୁପରଡୁପର ହିଟ କରିବ ବୋଲି ଫ୍ୟାନ୍ସ କହିଛନ୍ତି । ୩୯ ବର୍ଷ ପରେ ଭାରତୀୟ ସିନେ ଜଗତର ଦୁଇ ସୁପରଷ୍ଟାର ଅମିତାଭ ବଚ୍ଚନ ଓ କମଳ ହସନ ସିନେମାରେ ମିଶିକି ଦୀର୍ଘଦିନ ପରେ ଅଭିନୟ କରିଛନ୍ତି । ଏଥିରେ ବିଗବି ଅଶ୍ୱତ୍ଥାମାଙ୍କ ଭୂମିକା ତୁଲାଉଥିବା ବେଳେ କମଳ ହସନ ୟକ୍ସିନଙ୍କ ଭୂମିକାରେ ଦମଦାର ଅଭିନୟ କରୁଥିବା ଦର୍ଶକେ କହିଛନ୍ତି । ସେପଟେ ପ୍ରଭାସ ଭୈରବଙ୍କ ଭୂମିକାରେ ନଜର ଆସୁଥିବାବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ ଜଣେ ଗର୍ଭବତୀ ମହିଳାଙ୍କ ଭୂମିକାରେ ନଜର ଆସି ସିନେପ୍ରେମୀଙ୍କ ଦିଲ ଜିତି ପାରିଛନ୍ତି । ସାରା ଦେଶ ସମେତ ଓଡିଶାରେ ମଧ୍ୟ କଲ୍କିର କ୍ରେଜ ଆକାଶ ଛୁଇଁଛି । ଏସଏସ ରାଜାମୌଲୀ ଏଥିରେ କୈମିଓ କରିବା ସହ ଏହି ସିନେମା ସଫଳତାର ଶୀର୍ଷ ଛୁଇଁବ ବୋଲି ମତ ରଖିଛନ୍ତି । ସେପଟେ କଲ୍କି ସିନେମାରେ କୈମିଓ ପାଇଁ ଚର୍ଚ୍ଚାରେ ଥିବା ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡା ମଧ୍ୟ ଏହାକୁ ବେଶ୍ ପସନ୍ଦ କରିବା ସହ ସମସ୍ତ କଳାକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.