fbpx

କଲ୍ଲି କରିଛି ସିନେମା ହଲକୁ କବ୍ଚା

Advertisement

ଓଡିଶା ଭାସ୍କର: ଦୀପିକା ପାଦୁକୋନ ଓ ପ୍ରଭାସଙ୍କ ସାଇନ୍ସ- ଫିକ୍ସନ ସିନେମା ‘କଲ୍ଲି ୨୮୯୮ ଏଡି’ ରିଲିଜ ପରେ ହିଁ ଟପ ଅଫ ଦି ଟାଉନ ଭାବରେ ଉଭା ହୋଇଛି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସିନେମାରେ ବଡ ବଡ କଳାକାରଙ୍କ ଟୋଲି ସହ ଦମଦାର କାହାଣୀ ସିନେପ୍ରେମୀଙ୍କୁ ମତୁଆଲା କରୁଛି । ତାହାସହ ଏହାର ସ୍ପେଶାଲ ଇଫେକ୍ଟ ପାଇଁ ଏହା ଦର୍ଶକୀୟ ଆଦୃତି ଲାଭ କରି ପାରିଛି । ଫଳରେ ଖଚାଖଚ ଭିଡ ଦେଖିବାକୁ ମିଳୁଛି ସିନେମା ଘରରେ । ପ୍ରାରମ୍ଭିକ ସପ୍ତାହରେ ଭଲ ବ୍ୟବସାୟ କରିବା ପରେ ଏହା ରୋଜଗାର ମାମଲାରେ ସବୁ ରେକର୍ଡକୁ ଭାଙ୍ଗି ଚାଲିଛି । ଏତତବାଦ ‘କଲ୍ଲି ୨୮୯୮ ଏଡି’ ହିନ୍ଦୀ ଭାଷାରେ ମଧ୍ୟ ଛପ୍ପରଫାଡ ବ୍ୟବସାୟ କରୁଛି । ରିପୋଟ ଅନୁସାରେ, ଏହି ସିନେମା ୬ ଦିନରେ ବକ୍ସ ଅଫିସକୁ କବ୍ଚା କରିଥିଲା । ଦିନକୁ ଦିନ କଲ୍ଲିକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ୬ ଦିନରେ କଲ୍ଲି ଉପରେ ନୋଟର ବର୍ଷା ହୋଇଛି । ତାମିଲ, ତେଲୁଗୁ, ହିନ୍ଦୀ ତଥା କନ୍ନଡ ଭାଷାରେ ରିଲିଜ ହୋଇଥିବା ‘କଲ୍ଲି ୨୮୯୮ ଏଡି’ ବକ୍ସ ଅଫିସରେ ବ୍ୟବସାୟର ଶୀର୍ଷ ଛୁଉଁଛି ।

ଏହି ସିନେମା ପ୍ରଥମ ଦିନରେ ୯୫.୩ କୋଟି ଆୟ କରିଥିଲା ଯେଉଁଥିରେ ହିନ୍ଦୀ ଭାଷାର କଲେକ୍ସନ ଥିଲା ୨୨.୫ କୋଟି । ସେହିଭଳି ଦ୍ୱିତୀୟ ଦିନରେ ୫୯.୩ କୋଟି ଆୟ କରିଥିଲା । ଏଥିରେ ହିନ୍ଦୀ ଭାଷାର ରୋଜଗାର ଥିଲା ୨୩ ପ୍ରାୟ ୨୩ କୋଟି । ସେହିଭଳି ତୃତୀୟ ଦିନରେ ୬୬.୨ କୋଟିରୁ ହିନ୍ଦୀ ଭାଷାରୁ ରୋଜଗାର ଥିଲା ପ୍ରାୟ ୨୬ କୋଟି । ଏହାବାଦ ଚତୁର୍ଥ ଦିନରେ କଲ୍ଲିର କଲେକ୍ସନ ଥିଲା ପ୍ରାୟ ୮୮.୨ କୋଟି ଓ ଏଥିରେ ୨୬ କୋଟି ହିନ୍ଦୀ ଭାଷାରୁ ଆୟ ହୋଇଥିଲା । ତାହାସହ ୫ ଦିନରେ ମୋଟ ୩୪.୧୫ କୋଟିରୁ ହିନ୍ଦୀ ଭାଷା ପାଇଁ ଥିଲା ପ୍ରାୟ ୧୬.୫ କୋଟି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମଙ୍ଗଳବାର ‘କଲ୍ଲି ୨୮୯୮ ଏଡି’ ହିନ୍ଦୀ ଭାଷାରେ ଧୂମ୍ ମଚାଇ ପ୍ରାୟ ୧୪ କୋଟି ରୋଜଗାର କରିଛି, ଯାହା ଆହୁରି ବଢିବ । ରିପୋର୍ଟ ଅନୁସାରେ, ଗତକାଲି କଲ୍ଲି ପ୍ରାୟ ୨୭.୮୫ କୋଟି ରୋଜଗାର କରିଛି । ସିନେମା ‘କଲ୍ଲି ୨୮୯୮ ଏଡି’ ୬ ଦିନ ମଧ୍ୟରେ ପ୍ରାୟ ୩୭୧ କୋଟି ରୋଜଗାର କରିସାରିଛି । କେବଳ ହିନ୍ଦୀ ଭାଷାରେ ଏହାର ବକ୍ସ ଅଫିସ କଲେକ୍ସନ ହେଉଛି ପ୍ରାୟ ୧୪୨ କୋଟି । ବୈଶ୍ୱିକସ୍ତରରେ ଏହାର ବକ୍ସ ଅଫିସ କଲେକ୍ସନ ୬୦୦ କୋଟି ପାର ହୋଇ ସାରିଛି ।

Get real time updates directly on you device, subscribe now.