ଭୁବନେଶ୍ବର: କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଯାତ୍ରୀ ଦୁର୍ଘଟଣା ପରେ ଫସି ରହିଥିବା ବେଳେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ବରରୁ ଏହି ଟ୍ରେନ ବାହାରି ଦୁର୍ଘଟଣାସ୍ଥଳ କଟକ ମଙ୍ଗୁଳି ଅଭୁମୁଖେ ଯାତ୍ରା କରିଛି । ସେଠାରୁ ଯାତ୍ରୀଙ୍କୁ ନେଇ କାମାକ୍ଷା ଯିବ । ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚାଯିବ ବୋଲି କୁହାଯାଉଛି ।
କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ଦୁର୍ଘଟଣା ପରେ NDRF ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର୍ଯ୍ୟ କରିଥିଲେ । ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା ଜାରି ରଖିଛନ୍ତି ।
ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।