fbpx

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇପାରନ୍ତି କମଲନାଥ

ଭୋପାଳ,୨୦ ।୩: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟର ଅନ୍ତ ଘଟିପାରେ । ଆଜି ଅପରାହ୍ନ ୫ଟା ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଫ୍ଲୋରଟେଷ୍ଟ ପୂର୍ବରୁ ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ଅପରାହ୍ନରେ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିପାରନ୍ତି କମଲନାଥ । କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ, ୨୨ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ ।

ତେବେ ୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ଗଠବନ୍ଧନ ସରକାର ପାଖରେ କେବଳ ୯୯ ବିଧାୟକ ବାକି ରହିଛନ୍ତି । କିନ୍ତୁ ବହୁମତ ପାଇଁ ୧୦୪ ସଂଖ୍ୟା ଦରକାର । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ବା ବିଜେପି ପାଖରେ ୧୦୬ ଜଣ ବିଧାୟକ ଅଛନ୍ତି । ଏଭଳି ପରିସ୍ଥିତିରେ ଫ୍ଲୋର ଟେଷ୍ଟକୁ ଯିବା ଅପେକ୍ଷା ନିଜର ଇସ୍ତଫା ଦେବାକୁ ଚାହୁଁଛନ୍ତି କମଲନାଥ ।

Get real time updates directly on you device, subscribe now.