fbpx

କମଲା ହାରିସ୍ ଲଢ଼ିବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ: ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ବଂଶଜ କମଳା ହାରିସ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ । ଏନେଇ ଡେମୋକ୍ରାଟିକ୍ ପ୍ରାର୍ଥୀ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ନିଜର ନାମ ପ୍ରତ୍ୟାହାର କରିନେବା ପରେ କମଳାଙ୍କ ପ୍ରାର୍ଥୀତ୍ୱକୁ ନେଇ କ୍ରମାଗତ ଭାବେ ଚର୍ଚ୍ଚା ହେଉଥିଲା । ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ମଧ୍ୟ କମଳାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି । ଏହା ମଧ୍ୟରେ ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି କମଳା ଘୋଷଣା କରିଛନ୍ତି ।

ଏନେଇ କମଳା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଫର୍ମ ସାଇନ୍ସ କରିଛନ୍ତି ଓ ଅଫିସିଆଲ ଭାବେ ଘୋଷଣା କରୁଛନ୍ତି ବୋଲି କମଳା କହିଛନ୍ତି । କମଳାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଜୋ ବାଇଡେନଙ୍କ ସମେତ ଡେମୋକ୍ରାଟିକ ପାର୍ଟିର ଅନେକ ବଡ଼ ବଡ଼ ନେତା ସମର୍ଥନ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଠାରୁ ଆରମ୍ଭ ପୂର୍ବତନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିସ୍ ନାନ୍ସି ପେଲୋସୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ବାଇଡେନ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ପରେ ସେ କମଳାଙ୍କୁ ସମର୍ଥନ କରିଥିଲେ ।

Get real time updates directly on you device, subscribe now.