fbpx

୨୯ ଥର ପାଇଁ ମାଉଣ୍ଟ ଏଭରେଷ୍ଟକୁ ଜୟ କରିଲେ କାମୀ ରୀତା, ସଫଳତାର ସହ ଭାଙ୍ଗିଲେ ନିଜ ରେକର୍ଡ଼

Advertisement

କାଠମାଣ୍ଡୁ: ନେପାଲର ପ୍ରସିଦ୍ଧ ନେପାଳୀ ପର୍ବତାରୋହୀ କାମୀ ରୀତା ଶେରପା ରବିବାର ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିଲେ । ସେ ୨୯ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରାକେଶ ଗୁରୁଙ୍ଗଙ୍କ କହିବାନୁଯାୟୀ, ଅଭିଜ୍ଞ ପର୍ବତାରୋହୀ ଶେରପା(୫୪) ରବିବାର ସ୍ଥାନୀୟ ସମୟାନୁସାରେ ସକାଳ ୭ଟା ୨୫ ମିନିଟରେ ୮ ହଜାର ୮୪୯ ମିଟର ଉଚ୍ଚ ଶିଖରରେ ପହଞ୍ଚିଥିଲେ । ଏହି ଅବସରରେ ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ କାମି ରିଟାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ନେପାଳର ‘7 Summit Treks’ର ବରିଷ୍ଠ ଅଧିକାରୀ ଥାନୀ ଗୁରଗୈନଙ୍କ କହିବାନୁଯାୟୀ ‘7 Summit Treks’ ଦ୍ୱାରା ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୨୦ ଜଣ ପର୍ବତାରୋହୀ ସାମିଲ ଥିଲେ ଯେଉଁମାନେ ସଫଳତାପୂର୍ବକ ରବିବାର ସକାଳେ ଏଭରେଷ୍ଟକୁ ଜୟ କରିଥିଲେ । ଏହି ପର୍ବତାରୋହୀ ଦଳରେ ନେପାଳରୁ ୧୩ ଜଣ ଏବଂ ଅନ୍ୟମାନେ ଆମେରିକା, କାନାଡ଼ା ଏବଂ କାଜାକିସ୍ତାନରୁ ଥିବା ଜଣାପଡ଼ିଛି । ୧୯୯୪ ମସିହାରେ ପ୍ରଥମ ଥର ପାଇଁ କାମି ଏଭରେଷ୍ଟ ଆରୋହଣ କରିଥିଲେ । ସେ ଗୋଟିଏ ସିଜିନରେ ୨୭ତମ ଏବଂ ୨୮ତମ ଥର ପାଇଁ ଏଭରେଷ୍ଟ ଉପରେ ଜୟ ଲାଭ କରିଥିଲେ । ନେପାଲର ଏଭରେଷ୍ଟ ମ୍ୟାନ୍ ଭାବେ ପରିଚିତ କାମି ରିଟା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ । ଆଗକୁ ମଧ୍ୟ ଏଭରେଷ୍ଟ ଆରୋହଣ ଜାରି ରଖିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.