ପୁରୀ: (ଓଡ଼ିଶଆ ଭାସ୍କର) ମା’ ସୁଭଦ୍ରାଙ୍କ ପୋଡ଼ ପିଠା ଝାମ୍ପି ନେଇଗଲେ ଗୁଣ୍ଡା । ମା’ ସୁଭଦ୍ରାଙ୍କ ପାଇଁ ଆସିଥିବା ପୋଡ଼ ପିଠା ଭୋଗ ଲାଗିପାରିଲା ନାହିଁ । ଏ ଗୁଣ୍ଡା ସେବାୟତ ଜଣକ କିଏ ? ଯିଏ ମା’ ସୁଭଦ୍ରାଙ୍କ ପୋଡ଼ ପିଠାକୁ ମାରା କରି ଝାମ୍ପି ନେଇଗଲା । ଏତେ ଗହଳିରେ ବି କାହାରିକୁ ଖାତିର କଲା ନାହିଁ । ଦେଖନ୍ତୁ, ଏହି ଗୁଣ୍ଡା ସେବାୟତ ଜଣକ କେମିତି ମା’ ସୁଭଦ୍ରାଙ୍କ ପୋଡ଼ ପିଠାକୁ ଝାମ୍ପି ନେଇ ପଳାଉଛି । ମାଉସୀ ମା’ଙ୍କ ସେବାୟତ ପୋଡ଼ ପିଠା ଭୋଗ ଲଗାଉଥିବା ବେଳେ ଘଟିଛି ଏମିତି ଘଟଣା ।
ଭୋକରେ ରହିଛନ୍ତି କାମ୍ପିଲ୍ୟ ବାସିନୀ ମା’ ସୁଭଦ୍ରା । ମାଉସୀ ଘରେ ଖାଇ ପାରି ନାହାଁନ୍ତି ପୋଡ଼ ପିଠା । ଘଟିଛି ପୁଣିଥରେ ମହା ବିଭ୍ରାଟ । ବର୍ଷ ବର୍ଷର ପରମ୍ପରାରେ ଲାଗିଛି ପୁଣିଥରେ ଆଘାତ । ତେବେ ଏଠି ସାଧାରଣରେ ପ୍ରଶ୍ନ, କାହିଁକି ଏପରି କଲେ ଏହି ସେବାୟତ । କିଏ ତାଙ୍କୁ ଦେଲା ସାହସ । ଶେଷରେ ମା’ ସୁଭଦ୍ରାଙ୍କୁ ମଧ୍ୟ ଛାଡ଼ିଲେ ନାହିଁ । ଗହଳି ଭିତରେ ଘଟାଇ ଚାଲିଥିଲେ ଗୁଣ୍ଡାରାଜ । ଭିଡ଼ି ଭାଡ଼ିକି ମା’ ସୁଭଦ୍ରାଙ୍କ ପୋଡ଼ ପିଠାକୁ ଝାମ୍ପିନେଇ ଚାଲିଗଲେ । ମା’ ଖାଇ ପାରିଲେ ନାହିଁ ପୋଡ଼ ପିଠା ।
ଭୋକରେ ଭୋକରେ ସିଂହଦ୍ୱାରକୁ ଚାଲିଗଲେ । ଯାହାକୁ ନେଇ ମାଉସୀ ମା’ଙ୍କ ସେବାୟତ କୁମ୍ଭାରପଡ଼ା ଥାନାରେ ଅଭିଯୋ କରିଛନ୍ତି । ଅଭିଯୋଗ ମୁତାବିକ ମାଉସୀ ମା’ଙ୍କ ସେବକ ମା’ ସୁଭଦ୍ରାଙ୍କ ରଥ ଆଗରେ ପୋଡ଼ ପିଠା ଧରି ଛିଡ଼ା ହୋଇଥିଲେ । ହେଲେ ଏତିକି ବେଳେ ବିଶ୍ୱନାଥ ମିଶ୍ରଙ୍କ ପ୍ରରୋଚନାରେ କିଛି ଗୁଣ୍ଡା ତାଙ୍କ ଉପରେ ଆକ୍ରମଣ କରିଥିଲେ । ହାତରୁ ପୋଡ଼ ପିଠାକୁ ଛଡ଼ାଇ ନେବା ସହ ଧକା ମାରିଥିଲେ । ସମସ୍ତେ ଅଟାକାଇ ବାକୁ ଚେଷ୍ଟା କରିଥିଲେ ସୁଧା ଶୁଣି ନଥିଲେ । ଖାଲି ସେତିକି ନୁହେଁ ୨୦୨୨ରେ ମଧ୍ୟ ଏମିତି ଆକ୍ରମଣ କରିଥିଲେ ।
ଯାହାପରେ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏପର୍ଯ୍ୟନ୍ତି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ମନୋରଞ୍ଜନ ମିଶ୍ର ହେଉଛନ୍ତି ମାଉସୀ ମା’ଙ୍କର ମାର୍ଫତଦାର ସେବକ । କାଗଜ ପତ୍ରରେ ମଧ୍ୟ ଆଙ୍କର ନାଁ ରହିଛି । କିନ୍ତୁ ଏହି ସେବାକୁ ନେଇ ଦୀର୍ଘଦିନରୁ ପାରିବାରିକ କଳହ ଲାଗି ରହିଛି । ଯାହାକୁ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏମିତି ଯଦି ଆଗକୁ ହୁଏ ତେବେ ମାଉସୀ ମାଙ୍କ ସେବାୟତଙ୍କ ସହ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବେ ବୋଲି କହିଛନ୍ତି ।