fbpx

ରାଜ୍ୟ କଂଗ୍ରେସରେ କନ୍ଦଳ, କଂଗ୍ରେସ ଗ୍ରୋଥ କରିଛି କହିଲେ ଶରତ, ପଞ୍ଚାନନଙ୍କ ତେରଛା ବାଣ….

Advertisement

ଓଡିଶା ଭାସ୍କର : ଶରତ ପଟ୍ଟନାୟକଙ୍କ ସ୍ୟାହି ଫିଙ୍ଗିବା ଘଟଣା ପରେ ତାଙ୍କ ନାଁରେ ବିବାଦ ପିଛା ଛାଡୁନି । ରାଜ୍ୟ କଂଗ୍ରେସ ଏବେ ସରଗରମ ହୋଇଛି ଶରତଙ୍କ ପାଇଁ । ଦଳ ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଛି । ପିସିସି ସଭାପତି ନିଜ ପଦରୁ ଇସ୍ତଫା ଦେଇ ଦିଅନ୍ତୁ ବୋଲି କହିଛନ୍ତି, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । କନ୍ଦଳକୁ ନେଇ ପିସିସି ସଭାପତି କହିଛନ୍ତି ଯେ, ବିଗତ ଦିନ ଅପେକ୍ଷା ରାଜ୍ୟରେ କଂଗ୍ରେସ ଗ୍ରୋଥ କରିଛି । ଦୀର୍ଘ ୨୫ ବର୍ଷ ହେବ କଂଗ୍ରେସ ଏତେ ସିଟ ଜିତି ନ ଥିଲା ବୋଲି ସେ ଦୃଢତାର ସହ କହିଛନ୍ତି । ବିଜେଡି ଗୋଟିଏ ବି ସଂସଦୀୟ କ୍ଷେତ୍ରର ସିଟ ପାଇ ନାହିଁ, କିନ୍ତୁ ଆମେ ପାଇଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଶୋଚନୀୟ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନା ନାହିଁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ଯଦି ଇସ୍ତଫା ଦେଇଛନ୍ତି ତେବେ ଭଲ କଥା ବୋଲି ସେ କହିଛନ୍ତି । ଏହା ଦଳ ପାଇଁ ଭଲ ହେବ କହିଛନ୍ତି ପଞ୍ଚାନନ କାନୁନଗୋ । ଆହୁରି ମଧ୍ୟ ନିଜେ ଶୋଚନୀୟ ଭାବରେ ହାରି ଦଳକୁ କୁ ହରାଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ନିର୍ବାଚନ ପରାଜୟ ପରେ ପଞ୍ଚାନନ କାନୁନଗୋଙ୍କ ଏହି କଥାରେ ଜୟଦେବ ଜେନା ମଧ୍ୟ ଘିଅ ଢାଳିଛନ୍ତି । ସେ କହିଛନ୍ତି ସେ ପିସିସି ସଭାପତି ଥିବାସମୟରେ ଦଳ ହାରିବାରୁ ସେ ଇସ୍ତଫା ଦେଇଥିଲେ । ଶରତ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେବା ଉଚିତ ବୋଲି ଜୟଦେବ କହିଛନ୍ତି ।

ସେପଟେ ପିସିସି ସଭାପତି କଂଗ୍ରେସର ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନରେ ଖୁସି ଥିବା କହିଛନ୍ତି । ଦଳ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଥିବା କଥା କହି ଏହି କନ୍ଦଳଠୁ ଦୂରେଇବାକୁ ଚେଷ୍ଟା କରିଛନ୍ତି । ସେ ଯାହା କରିବା କଥା ହାଇକମାଣ୍ଡକୁ ଜଣାଇଛନ୍ତି ବୋଲି ଶରତ କହିଛନ୍ତି । ନିର୍ବାଚନ ସମୟରେ ତାଙ୍କର ୬ ଜଣ ବିଧାୟକ ଥିଲେ ଓ ଏବେ ୧୫ ଜଣ ଅଛନ୍ତି । ଦଳ ହାରିଛି ସତ, ମାତ୍ର ଗତଥର ଅପେକ୍ଷା କଂଗ୍ରେସର ପ୍ରଦର୍ଶନରେ ଉନ୍ନତି ଆସିଛି ବୋଲି ପିସିସି ସଭାପତି ଜଣାଇଛନ୍ତି । ତେବେ କଂଗ୍ରେସର ଏ କନ୍ଦଳ କେଉଁ ଆଡକୁ ଯାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.