fbpx

ପୁଣି ନିଜ ବୟାନକୁ ନେଇ ଅଡ଼ୁଆରେ କଙ୍ଗନା; ଟ୍ରୋଲ କଲେ ସ୍ୱରା ଓ ବରୁଣ

Advertisement

ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ବଲିଉଡ କ୍ୱିନ କଙ୍ଗନା ରଣାୱତ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି । ଏକ କାର୍ଯ୍ୟକ୍ରମରେ କଙ୍ଗନା ଭାରତର ସ୍ୱାଧୀନତା ବିଷୟରେ ଏପରି ବିବୃତ୍ତି ଦେଇଛନ୍ତି ଯେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କିଛି ନା କିଛି ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା କଙ୍ଗନା ଏଥର ଦେଶ ସହ ଜଡ଼ିତ ବୟାନ ଦେଇଛନ୍ତି ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ମଧ୍ୟ କଙ୍ଗନାଙ୍କ ଏହି ବିବୃତ୍ତିକୁ ଟାର୍ଗେଟ କରିଥିବାବେଳେ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ବାସ୍ତବରେ, କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ସମୟରେ କଙ୍ଗନା କହିଥିଲେ ଯେ ସବରକର, ରାଣୀ ଲକ୍ଷ୍ମୀବାଇ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ କହିବାକୁ ଗଲେ ଏହି ଲୋକମାନେ ଜାଣିଥିଲେ ଯେ ରକ୍ତପାତ ହେବ, କିନ୍ତୁ ସେମାନେ ଏହା ମଧ୍ୟ ମନେ ରଖିବା ଉଚିତ ଥିଲା ଯେ ଭାରତୀୟ-ଭାରତୀୟଙ୍କ ମଧ୍ୟରେ ରକ୍ତପାତ ହେବା ଉଚିତ ନୁହେଁ । ସେମାନେ ସ୍ୱାଧୀନତାର ମୂଲ୍ୟ ଦେଇଥିଲେ, କିନ୍ତୁ ତାହା ସ୍ୱାଧୀନତା ନଥିଲା ଭିକ ଥିଲା ଏବଂ ୨୦୧୪ ରେ ସ୍ୱାଧୀନତା ମିଳିଥିଲା । କଙ୍ଗନାଙ୍କ ଏହି ବିବୃତ୍ତି ପରେ କିଛି ଲୋକ ମଧ୍ୟ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ କଙ୍ଗନାଙ୍କ ଏହି ବିବୃତ୍ତିରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

କଙ୍ଗନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଅଭିନେତ୍ରୀ ସ୍ୱରା ଭାସ୍କର ଏହା ଉପରେ ପ୍ରତିକିୟା ରଖି ଯେଉଁମାନେ କଙ୍ଗନାଙ୍କ ବୟାନକୁ ପ୍ରଂଶସା କରିଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି ।

ସେହିଭଳି ବିଜେପି ନେତା ବରୁଣ ଗାନ୍ଧୀ କଙ୍ଗନା ରଣାୱତ କହିଛନ୍ତି କେତେବେଳେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଏବଂ ତପସ୍ୟାର ଅପମାନ, କେବେ ତାଙ୍କ ହତ୍ୟାକାରୀର ସମ୍ମାନ ଆଉ ଏବେ ଶହୀଦ ମଙ୍ଗଲ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂହ, ଚନ୍ଦ୍ରଶେଖର ରାଓ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଲକ୍ଷ ଲକ୍ଷ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ବଳିଦାନକୁ ତରସ୍କାର, ଏଭଳି ଚିନ୍ତାଧାରା ବିକୃତ ମାନସିକତା କୁହାଯିବ ନା’ ଦେଶଦ୍ରୋହ? ଏହି ସବୁ ଟ୍ରୋଲ ପରେ କଙ୍ଗନା ନିଜର ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରନ୍ତୁ ବୋଲି କିଛି ଟ୍ୱିଟର ଟ୍ରେଣ୍ଡ କରୁଛି ।

Get real time updates directly on you device, subscribe now.