fbpx

‘ଅନ୍ୟମାନଙ୍କୁ ଜ୍ଞାନ ଦେଉଛ ନିଜେ ଭୁଲି ଯାଉଛ’- ବୋଲ୍ଡ ଫଟୋ ଶେଆର୍ କରି ଟ୍ରୋଲ୍ ହେଲେ କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରନାୱତ୍ ଫିଲ୍ମ ଅପେକ୍ଷା ନିଜର ବିବାଦୀୟ ବୟାନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି । ସେ କିଛି ନା କିଛି ଏମିତି କରନ୍ତି ଯେଉଁଥିପାଇଁ ଚର୍ଚ୍ଚାର କେନ୍ଦ୍ରକୁ ଚାଲି ଆସନ୍ତି । ଇତି ମଧ୍ୟରେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ଶେଆର୍ କରିଛନ୍ତି । ଯେଉଁଥିରେ ତାଙ୍କୁ ଏକଦମ୍ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଛନ୍ତି । ଗୋଟେ ପଟେ ବୋଲ୍ଡ ଫଟୋ ଶେଆର୍ କରି ସୋସିଆଲ୍ ମିଡିଆରେ ନିଆଁ ଲଗାଇଥିବା ବେଳେ ଅନ୍ୟପଟେ ୟୁଜର୍ ମାନଙ୍କ ଟ୍ରୋଲ୍ ର ଶିକାର ହୋଇଛନ୍ତି ।

କଙ୍ଗନା ରନାୱତ୍ ଫଟୋକୁ କୌଣସି ଏକ ଲେକ୍ ପାଖରେ ଏହି ହଟ୍ କ୍ଲିକ୍ କରିଛନ୍ତି । ପଛପଟେ ସନ୍ ସେଟ୍ ବା ସୂର୍ଯ୍ୟ ଅସ୍ତ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ସେ ଧଳା ରଙ୍ଗର ଟ୍ରାନ୍ସପରେଣ୍ଟ୍ ବ୍ରା ଏବଂ ପ୍ୟାଣ୍ଟରେ ନଜର ଆସିଛନ୍ତି । ଫଟୋରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଇନଷ୍ଟାଗ୍ରାମ ପେଜ୍ ରେ ଫଟୋଟିକୁ ଶେଆର୍ କରି ସେ ଏକ ସାଏରୀ ଲେଖିଛନ୍ତି । ତେବେ ଖୁବ୍ ଲମ୍ବା ବ୍ୟବଧାନ ପରେ କଙ୍ଗନା ଏପରି ହଟ୍ ଅବତାରରେ ନଜର ଦେଖିବାକୁ ମିଳିଛନ୍ତି ତେଣୁ ଫ୍ୟାନ୍ସ ମାନେ ତାଜୁବ୍ ହୋଇଯାଇଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

ତେଣୁ କିଛି ଜଣଙ୍କୁ ତାଙ୍କ ବୋଲ୍ଡ ଲୁକ୍ ପସନ୍ଦ ଆସୁଥିବା ବେଳେ କିଛି ଏହାକୁ ନାପସନ୍ଦ କରିଛନ୍ତି । ୟୁଜର୍ ମାନଙ୍କ କହିବା କଥା ଯେ, ସେ ସବୁବେଳେ ଅନ୍ୟ ମାନଙ୍କ କପଡା ଏବଂ ଡ୍ରେସିଂସେନ୍ସକୁ ନେଇ କହୁଥିବା ବେଳେ ନିଜେ ଏପରି କିପରି ପିନ୍ଧିଛନ୍ତି । ଏପରି କହି ଟ୍ରୋଲ୍ କରିଛନ୍ତି ୟୁଜର୍ । ଅନ୍ୟଜଣେ କହିଛନ୍ତି ଯେ, “ଆପଣ ନିଜେ ଅନ୍ୟ ମାନଙ୍କ ପୋଷ୍ଟରେ ଟିପ୍ପଣୀ କରୁଥିବା ବେଳେ ନିଜେ ଏହି ଫଟୋ ଅପଲୋଡ୍ କରିବା ପୂର୍ବରୁ ଭାବିଲେନି କେମିତି ?” ।

ସୂଚନାଯୋଗ୍ୟ, ଏବେ କଙ୍ଗନା ନିଜର ଅପକମିଂ ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ କହିଛନ୍ତି ଯେ, “ଧାକଡ୍” ର ଶୁଟିଂ ସେ ପୂରା କରିସାରିଛନ୍ତି । ଏଥିରେ ତାଙ୍କୁ ଆକ୍ସନ୍ ମୁଡ୍ ରେ ଦେଖିବେ ଦର୍ଶକ ।

Get real time updates directly on you device, subscribe now.