fbpx

କନିକା ରାଜାଙ୍କ ନାତୂଣୀ ବୋହୂ ହତ୍ୟା ମାମଲା: ଗିରଫ ହେଲେ ଗୋପାଳ ଭଞ୍ଜଦେଓ

କଟକ: କନିକା ରାଜପରିବାରରେ ହତ୍ୟାକାଣ୍ଡ ଘଟଣା । ମାଆକୁ କଟୁରିରେ ହାଣି ହତ୍ୟା କରିଥିବା ପୁଅ ଗିରଫ । ଅଭିଯୁକ୍ତ ଗୋପାଳ ଭଞ୍ଜଦେଓ ହେଲେ ଗିରଫ । ଗୋପାଳ ଭଞ୍ଜଦେଓଙ୍କୁ ୩୦୨ ଧାରାରେ ଗିରଫ କରିଛି କମିଶନରେଟ ପୋଲିସ । ଗୋପାଳ ଭଞ୍ଜଦେଓଙ୍କ ନିକଟରୁ ଗୋଟିଏ କଟୁରି ମଧ୍ୟ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ, ବୁଧବାର ସକାଳେ ଗୋପାଳ ଭଞ୍ଜଦେଓ ତାଙ୍କ ମା’ଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତକ ହେଉଛନ୍ତି କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓ । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଥିବାବେଳେ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।

Get real time updates directly on you device, subscribe now.