କପିଲ ଶର୍ମା ୬୩ ଦିନରେ କେମିତି କମାଇଲେ ୧୧ କିଲୋ ଓଜନ, ଫିଟନେସ୍ କୋଚ୍ ଖୋଲିଦେଲେ ରାଜ୍‌

ଜାଣନ୍ତୁ କପିଲ୍ ଶର୍ମା କେମିତି କମାଇଦେଲେ ୧୧ କିଲୋ ଓଜନ, ତାହା ପୁଣି ମାତ୍ର ୬୩ ଦିନରେ

ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମା ବର୍ତ୍ତମାନ ନିଜର ଟ୍ରାନ୍ସଫର୍ମେସନକୁ ନେଇ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଖୁଲାସା ହୋଇଛି। କପିଲ ଶର୍ମାଙ୍କ ଫିଟନେସ୍ କୋଚ ୟୋଗେଶ ଭାଟେଜା ତାଙ୍କ ଫିଟନେସ୍ ଫର୍ମୁଲା କହିଛନ୍ତି।

ଏହାକୁ ସେ ୨୧-୨୧-୨୧ ରୁଲ୍ କହିଛନ୍ତି। ସେ ଏହି ବିଷୟରେ ସମସ୍ତ ସୂଚନା ୟୁଟ୍ୟୁବରେ ଦେଇଛନ୍ତି। ଲୋକପ୍ରିୟ ଅଭିନେତା ଏବଂ କମେଡିଆନ କପିଲ ଶର୍ମା ୬୩ ଦିନରେ ୧୧ କିଲୋ ଓଜନ ହ୍ରାସ କରିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ସେ କୌଣସି ଡାଏଟ୍ ଫଲୋ କରିନାହାନ୍ତି କି ଘଣ୍ଟା ଘଣ୍ଟା ଧରି ଜିମରେ ୱାର୍କଆଉଟ କରିନାହାନ୍ତି। କପିଲଙ୍କ କୋଚ କହିଛନ୍ତି ଯେ, ଅଧିକାଂଶ ଲୋକେ ଓଜନ ହ୍ରାସ ଆରମ୍ଭରୁ ଚିନ୍ତିତ ହୋଇଯାଆନ୍ତି।

କପିଲ ୨୧ ଦିନର ଟ୍ରାନ୍ସଫର୍ମେସନ ପ୍ଲାନ ପରିବର୍ତ୍ତନ କରିଛନ୍ତି। ସେ ୨୧ ଦିନରେ ଶରୀରକୁ ଆକ୍ଟିଭ୍ ରଖିଛନ୍ତି। ଯେମିତିକି ଷ୍ଟ୍ରେଚିଙ୍ଗ ଏବଂ ନର୍ମାଲ ଏକ୍ସରସାଇଜ କରନ୍ତି।

ଏହି ସମୟରେ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ୟୋଗେଶ ଆହୁରି କହିଛନ୍ତି ଯେ, ଆମେ କପିଲଙ୍କ ଡାଏଟରେ କୌଣସି ଏକ୍ସଟ୍ରିମ ପରିବର୍ତ୍ତନ କରିନୁ।

ଖାଲି ଏତିକି ଦେଖିଥିଲୁ ସେ କେତେବେଳେ କଣ ଖାଉଛନ୍ତି। ସିଗାରେଟ, ମଦଠାରୁ ଦୂରେଇ ରହିବା ଆବଶ୍ୟକ। ଶେଷ ୨୧ ଦିନରେ ମେଣ୍ଟାଲ ଏବଂ ଇମୋସନାଲ ଫିଟନେସ୍ ଉପରେ ଧ୍ୟାନ ଦିଆଯାଇଥାଏ। ୬୩ ଦିନ ଫିଟନେସ୍ ଚାହୁଁଥିବା ବ୍ୟକ୍ତିକୁ କୌଣସି ମୋଟିଭେସନାଲ ଆବଶ୍ୟକତା ପଡ଼ିନଥାଏ।