fbpx

‘ଦ କାଶ୍ମୀର ଫାଇଲ୍ସ’ ପ୍ରମୋଟ୍ କରିବା ପାଇଁ କପିଲ୍ ଶର୍ମା କରିଥିଲେ ମନା? ଅନୁପମ୍ ଖେର୍ କହିଲେ ଅଭିଯୋଗ ପଛର ସତ

ନୂଆଦିଲ୍ଲୀ: କିଛି ଦିନ ହେବ କମେଡି କିଙ୍ଗ୍ କପିଲ୍ ଶର୍ମା ବିବାଦରେ ରହିଛନ୍ତି । ଏବେ ସେ ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ର ଶିକାର ହେଉଛନ୍ତି । ନିକଟରେ ଦ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ , କପିଲ୍ ଶର୍ମା ଉପରେ ଅଭିଯୋଗ ଆଣିଥିଲେ ଯେ, ସେ ନିଜ ଶୋ’ରେ ଫିଲ୍ମ କୁ ପ୍ରମୋଟ କରିବା ପାଇଁ ନିମନ୍ତ୍ରଣ କରିନାହାନ୍ତି । କପିଲଙ୍କ ବିରୋଧରେ ଅଗ୍ନିହୋତ୍ରୀ ଟୁଇଟ୍ କରିବା ପରଠାରୁ ସେ ଟ୍ରୋଲ୍ ହୋଇଆସୁଛନ୍ତି । କିଛି ୟୁଜର୍ ତ କପିଲ୍ ଶର୍ମାଙ୍କ ଶୋ’କୁ ବଏକଟ୍ କରିବା କଥା ବି କହିସାରିଛନ୍ତି । ଏବେ ଏହି ମାମଲାରେ ଅନୁପମ୍ ଖେର୍ ମୁହଁ ଖୋଲିଛନ୍ତି ଓ ଘଟଣା ପଛର ସତ କଥା କହିଛନ୍ତି ।

ଅନୁପମ୍ ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ, ଦ କପିଲ ଶର୍ମା ଶୋ’ରେ ଦ କାଶ୍ମୀର ଫାଇଲ୍ସକୁ ପ୍ରମୋଟ କରିବା ନେଇ ୨ ମାସ ପୂର୍ବରୁ ଇନଭାଇଟ୍ କରାଯାଇଥିଲା । କିନ୍ତୁ ଫିଲ୍ମଟି ଖୁବ୍ ସିରିୟସ୍ ପ୍ରସଙ୍ଗ ଉପରେ ତିଆରି ହୋଇଥିବାରୁ ଶୋ’ ରେ ଭାଗ ନେବାକୁ ଚାହୁଁନଥିଲେ । ଅନୁପମ୍ ଖେରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କପିଲ ଶର୍ମା ଶୋ’ ହେଉଛି ଏକ କମେଡି ଶୋ ତେଣୁ କଣ ଆପଣ ମାନଙ୍କୁ ଲାଗୁଛି ଏହିଭଳି ଏକ ଗଭୀର ପ୍ରସଙ୍ଗ ସେଠାରେ ଆଲୋଚନା କରିବା ଠିକ୍ ହେବ ? ଏହି ପ୍ରଶ୍ନର ଉତ୍ତରରେ ଅନୁପମ୍ କହିଥିଲେ ଯେ, ମୋତେ ଶୋ ରୁ କଲ୍ ଆସିଥିଲା । କିନ୍ତୁ ମୁଁ ମ୍ୟାନେଜର୍ କୁ କହିଥିଲି ଯେ, ଏହି ଫିଲ୍ମଟି ଖୁବ୍ ସିରିୟସ୍ ତେଣୁ ଏଥିରେ ମୁଁ ଯାଇପାରିବି ନାହିଁ । ମୁଁ ଆଗରୁ ବି ଏହି ଶୋ କୁ ଯାଇସାରିଛି । ଏହା ଏକ କମେଡି ଶୋ । ଆଉ ଏହି ଫିଲ୍ମ ପାଇଁ ସେଠାକୁ ଯିବା ମୁଁ ଠିକ୍ ଭାବିଲି ନାହିଁ ।

ଅନୁପମ୍ ଖେରଙ୍କ ଏହି ବୟାନ ପରେ କପିଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ଏପରି କରିବା ଦ୍ୱାରା କପିଲ ଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ସାମନାକୁ ଆସିଥିଲା । ଅନୁପମ୍ ଙ୍କ ଭିଡିଓ ସେୟାର୍ କରି ସେ କପିଲ କ୍ୟାପସନ୍ ରେ ଲେଖିଛନ୍ତି ଯେ, ମୋ ଉପରେ ଲଗାଯାଉଥିବା ଅଭିଯୋଗକୁ ଭୁଲ ପ୍ରମାଣିତ କରିଥିବାରୁ ଧନ୍ୟବାଦ୍ ଅନୁପମ୍ ଖେର ଜି ।

Get real time updates directly on you device, subscribe now.