fbpx

ବହୁ ଚର୍ଚ୍ଚିତ ସୀମା ଓ ସଚିନଙ୍କ ଉପରେ ଆଧାରିତ ସିନେମା ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର୍‌ ହେଲା ରିଲିଜ

ନୋଏଡ଼ା; ପବଜି ଖେଳୁ ଖେଳୁ ପ୍ରେମ ହେଲା । ଏଇ ଭର୍ଚୁଆଲ ପ୍ରେମ ଧୀରେ ଧୀରେ ରିୟଲରେ ପରିଣତ ହେଲା । ପ୍ରେମ ପାଇଁ ସୀମା ପାର୍ କରି ଭାରତ ଚାଲି ଆସିବାକୁ ନିଷ୍ପତି ନେଇଥିଲେ ପାକିସ୍ତାନୀ ମହିଳା । ଶେଷରେ ପ୍ରେମ ପାଇଁ ନିଜର ୪ ଛୁଆଙ୍କ ସହ ପାକିସ୍ତାନ ଛାଡି ଭାରତ ଚାଲି ଆସିଲେ ।

ଏହି ୨୭ ବର୍ଷୀୟା ପାକିସ୍ତାନୀ ମହିଳା ହେଉଛନ୍ତି ସୀମା ଗୁଲାମ ହାଇଦର୍ । କରୋନା ସମୟରେ ପବଜି ମାଧ୍ୟମରେ ଦିଲ୍ଲୀ ଗ୍ରେଟର ନୋଏଡା ରବିପୁରା ଅଞ୍ଚଳରେ ରହୁଥିବା ୨୨ ବର୍ଷୀୟ ସଚିନଙ୍କ ସହିତ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଗତ ଜାନୁଆରୀରେ ଉଭୟ ନେପାଳରେ ପରସ୍ପରକୁ ଭେଟିଥିଲେ । ଗତ ମେ’ ମାସରେ ସୀମା କରାଚିରୁ ବିମାନରେ ଦୁବାଇ ଓ ପରେ ନେପାଳ ଆସିଥିଲେ । ସେଠାରୁ ବସ୍ରେ ଭାରତ ପ୍ରବେଶ କରି ଗ୍ରେଟର ନୋଏଡାରେ ପହଞ୍ଚିଥିଲେ । ସଚିନଙ୍କ ସହ ସେ ଏକ ଭଡାଘରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା । ଧରାପଡିବା ପରେ ସେମାନେ କୋର୍ଟରେ ବାହା ହେବାକୁ ଜଣେ ଆଇନଜୀବୀଙ୍କୁ ଭେଟିଥିଲେ । ତେବେ ଏ ନେଇ ଆଇନଜୀବୀ ଜଣକ ପୋଲିସକୁ ଖବର ଦେଇଥିଲେ । ପରେ ସଚିନ ଓ ସୀମା ୪ ଛୁଆଙ୍କୁ ଧରି ହରିଆଣା ପଳାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଆଉ ଏଇଠୁ ସୀମା ଓ ସଚିନଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ଓ ବେଆଇନ ଭାରତ ପ୍ରବେଶକୁ ନେଇ ଦେଖା ଦେଇଥିଲା ଅନେକ ବିବାଦ ।

ତେବେ ସୀମା ଓ ସଚିନଙ୍କ ଏଭଳି ପ୍ରେମ କାହାଣୀକୁ ଆଧାର କରି ଏକ ସିନେମା ମଧ୍ୟ ପ୍ରସ୍ତୁତ କରାଯାଉଛି । ଯାହାର ନାମ ରଖାଯାଇଛି ‘କରାଚିଟୁ ନୋଏଡା’ । ବର୍ତ୍ତମାନ ଏହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି ଏବଂ ଦୁଇ ଦିନ ପରେ ଅଗଷ୍ଟ ୨୦ରେ ଫିଲ୍ମର ଗୀତ ମଧ୍ୟ ରିଲିଜ୍ ହେବ।

Karachi to Noida: Song from film based on Seema Haider gets first poster, release date

ଅମିତ ଜାନୀଙ୍କ କମ୍ପାନି ‘ଜାନି ଫାୟାରଫକ୍ସ ଫିଲ୍ମସ’ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛି। ଏହାର ନିର୍ମାତା ହେଉଛନ୍ତି ଅମିତ ଜାନି ଏବଂ ସେ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଲେଖିଛନ୍ତି। ଗାୟକ ହେଉଛନ୍ତି ପ୍ରୀତି ସରୋଜ। ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ। ନିର୍ମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ଫିଲ୍ମର ଥିମ୍ ଗୀତ ଅଗଷ୍ଟ ୨୦ରେ ରିଲିଜ୍ ହେବ, ଯାହାର ଶୀର୍ଷକ ରହିଛି ‘ଚଲ୍ ପଡେ ହେଁ ହମ୍’। ସୀମା ଏବଂ ସଚିନଙ୍କ ପ୍ରେମ କାହାଣୀ ‘ପବଜୀ’ ଖେଳରୁ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.