fbpx

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୪ ବରିଷ୍ଠ ଅଫିସରଙ୍କୁ ତଦାରଖ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାଲେଶ୍ୱରରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏନଡିଆରଏଫ ଟିମ ଏବଂ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ତେବେ ରାଜ୍ୟ ସରକାର ଏସବୁର ତଦାରଖ କରିବା ପାଇଁ ବର୍ତ୍ତମାନ ୪ ଜଣ ବରିଷ୍ଠ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି । ହେମନ୍ତ ଶର୍ମା, ବଲୱନ୍ତ ସିଂ, ଅରବିନ୍ଦ ଅଗ୍ରୱାଲ ଙ୍କ ରାଜ୍ୟ ସରକାରଙ୍କ ତରପରୁଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଦୁର୍ଘଟଣାସ୍ଥଳରେ ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟ ଏବଂ ହସ୍ପିଟାଲ ତଦାରଖ କାର୍ଯ୍ୟରେ ଏହି ବରିଷ୍ଠ ଅଧିକାରୀମାନଭ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଛି । ଏହାସହିତ ଦୁର୍ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ମଧ୍ୟ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାସହିତ ପଶ୍ଚିମବଙ୍ଗରୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଆସୁଥିବା ସୂଚନା ମିଳିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ୫୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ତେବେ ଏହି ମୃତ୍ୟୁସଂଖ୍ୟା ଆହଚୁରି ମଧ୍ୟ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.