“ଯେତିକି ସମୟ ମିଳୁଛି, ରାଜ୍ୟବାସୀଙ୍କ ସେବା କରିବୁ”: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
“କର୍ମ ହିଁ ଏକମାତ୍ର ମାନଦଣ୍ଡ”, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି
ଭୁବନେଶ୍ୱର: ଆଜି ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନିଜର ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ଆମେ କେତେ ଦିନ ସରକାରରେ ରହିବୁ ତାହା ମହତ୍ତ୍ୱ ରଖେନି। ଯେତିକି ସମୟ ମିଳୁଛି, ରାଜ୍ୟବାସୀଙ୍କ ସେବା କରିବୁ।
ସେ ଆହୁରି କହିଛନ୍ତି ଯେ, ଆମ ପାଇଁ ଚାଷୀ ସଂୟଂ ଅନ୍ନଦାତା। ଚାଷୀଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ପ୍ରଥମ କାମ। ଏଥିସହ ସେ ପୂର୍ବ ସରକାର ଉପରେ ବର୍ଷିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “କେନ୍ଦ୍ରର ଯୋଜନାକୁ ନିଜ ଯୋଜନା ବୋଲି କହୁଥିଲେ। ଦକ୍ଷିଣ ଭାରତରୁ ଆଉଟସୋର୍ସିଂ, କଣ୍ଟ୍ରାକ୍ଟର ଅଣାଯାଉଥିଲା। ଲକ୍ଷ ଲକ୍ଷ ସରକାରୀ ପଦବୀ ପୂରଣ କରାଯାଉନଥିଲା।”