fbpx

କର୍ଣ୍ଣାଟକରେ ପୁଣି ଦେଖା ଦେଇଛି ଭାଷା ବିବାଦ

Advertisement

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ଭାଷାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏନେଇ ବୁଧବାର Karnataka Rakshana Vedike(କେଆରଭି) ସଂଗଠନ ପକ୍ଷରୁ ବେଙ୍ଗାଲୁରୁରେ ହିଂସା ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀମାନେ ଇଂରାଜୀରେ ଲେଖା ହୋଇଥିବା ସାଇନ୍ ବୋର୍ଡ଼ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ହୋର୍ଡ଼ିଂକୁ ଭଙ୍ଗାରୁଜା କରିଥିଲେ । ଏହା ସହ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ରାଲି କରିଥିଲେ । Karnataka Rakshana Vedike ସଂଗଠନର କହିବାନୁଯାୟୀ ସେମାନେ କୌଣସି ବ୍ୟବସାୟକୁ ବିରୋଧ କରୁନାହାଁନ୍ତି । କିନ୍ତୁ କର୍ଣ୍ଣାଟକରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତିକୁ କନ୍ନଡ଼ ଭାଷାର ସମ୍ମାନ କରିବାକୁ ହେବ ।

ଏହି ପରିପ୍ରେକ୍ଷିରେ ଉକ୍ତ ସଂଗଠନ ପକ୍ଷରୁ ୬୦% କନ୍ନଡ଼ ନିୟମ ଲାଗୁ କରାଯାଇଛି । ଏହା ଅନ୍ତର୍ଗତ ୬୦% ସାଇନ୍ ବୋର୍ଡ଼(ସୂଚନା ଫଳକ) କନ୍ନଡ଼ ଭାଷାରେ ଲେଖା ରହିବ । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଭାଷା ବିବାଦକୁ ସମର୍ଥନ କରିଛନ୍ତି । ତେବେ ଫେବୃଆରୀ ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକରେ ସମସ୍ତ ଦୋକାନର ନେମ୍‌ପ୍ଲେଟ୍ କନ୍ନଡ଼ ଭାଷାରେ ପରିବର୍ତ୍ତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେପାରୀମାନେ ନିୟମର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ସେମାନଙ୍କ ନିଲମ୍ବନ ସହ ଲାଇସେନ୍ସ ରଦ୍ଦ କରାଯିବ । ଏହି ସଂଗଠନର ସଭାପତି ନାରାୟଣ ଗୌଡ଼ ଏବଂ କର୍ମକର୍ତ୍ତାମାନେ ଏମଜି ରୋଡ଼, ବିଗ୍ରେଡ଼ ରୋଡ଼, ମାର୍କ୍ସ ରୋଡ଼, କନିଙ୍ଘମ୍ ଓ ରେସିଡେନ୍ସି ରୋଡ଼ ଆଦି ବିଭିନ୍ନ ଅଂଚଳରେ ରାଲି କରିଥିଲେ ।

Get real time updates directly on you device, subscribe now.