fbpx

ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ

Advertisement

ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । କର୍ଣ୍ଣାଟକ ସରକାରରେ ୩୪ ମନ୍ତ୍ରୀ ସ୍ଥାନ ପାଇବେ । ଏମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ସହିତ ୧୦ ଜଣ ମନ୍ତ୍ରୀ ୨୦ ମେ’ରେ ଶପଥ ନେଇସାରିଥିଲେ ।

ଯେଉଁମାନେ ଆଜି ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଧାୟକ ଏଚ.କେ ପାଟିଲ, କୃଷ୍ଣା ବାୟରୋଗୋଡା, ଏନ୍ ଚେଲୁବରାୟସ୍ୱାମୀ,କେ ଭେଙ୍କେଟେଶ, ଡା. ଏଚ.ସି ମହାଦେବପ୍ପା ପ୍ରମୁଖ । କଂଗ୍ରେସ ଯେଉଁମାନଙ୍କୁ ମନ୍ତ୍ରୀ କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଲିଙ୍ଗାୟତ ଓ ୪ ଜଣ ବୋକାଲିଗା ବିଧାୟକ ରହିଛନ୍ତି । ଅନ୍ୟ ୩ ବିଧାୟକ ଅନୁସୂଚୀତ ଜାତି, ଦୁଇ ଅନୁସୂଚିତ ଜନଜାତି ଏବଂ ୫ ଜଣ ଅନ୍ୟ ପଛୁଆ ବର୍ଗର ଅଟନ୍ତି । ସେହିପରି ଦିନେଶ ଗୁଣ୍ଡୁ ରାଓଙ୍କୁ ବ୍ରାହ୍ମଣ ଭାବରେ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି । ପୁରୁଣା ମହୀଶୂର କ୍ଷେତ୍ରରୁ ୭ ଜଣ ବିଧାୟକ, କିତ୍ତୁର କର୍ଣ୍ଣାଟକ କ୍ଷେତ୍ରରୁ ୬ ଓ ମଧ୍ୟ କର୍ଣ୍ଣାଟକ କ୍ଷେତ୍ରରୁ ଦୁଇ ବିଧାୟକ ମନ୍ତ୍ରୀ ରୂପରେ ଶପଥ ନେଇଛନ୍ତି ।

ଏକ ଅଧିକାରୀକ ବୟାନରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବରିଷ୍ଠ ଓ କନିଷ୍ଠ ବିଧାୟକଙ୍କୁ ଉଚିତ ସମ୍ମାନ ଦେବା ସହିତ ଜାତି ଓ କ୍ଷେତ୍ରୀୟ ସମୀକରଣକୁ ଧ୍ୟାନରେ ରଖି ମନ୍ତ୍ରୀମଣ୍ଡଳରେ ସନ୍ତୁଳନ ରକ୍ଷା କରିଛନ୍ତି । ତେବେ ସିଦ୍ଧରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମହିଳା ଲକ୍ଷ୍ମୀ ହେବାଲକର ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । କର୍ଣ୍ଣାଟକ ମନ୍ତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ବିଭାଗ ବଣ୍ଟନ କରାଯାଇନାହିଁ । ଆଜି ରାତିରେ ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯିବ ବୋଲି ଜଣାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ସି ବେଣୁଗୋପାଳ ଓ ରଣଦୀପ ସୁରେଜୱାଲା ସହିତ ଶୀର୍ଷ କେନ୍ଦ୍ରୀୟ ନେତାଙ୍କ ସହିତ ସିଦ୍ଧରମୈୟା ଓ ଶିବକୁମାର ଙ୍କ ଦୀର୍ଘ ସମୟର ଆଲୋଚନା ପରେ ୨୪ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀ ମନ୍ତ୍ରୀଙ୍କ ତାଲିକାରେ ଅନ୍ତିମ ମୋହର ଲଗାଇଥିଲେ ।

 

Get real time updates directly on you device, subscribe now.