fbpx

ଅବମାନନା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ଦେଲେ କର୍ଣ୍ଣାଟକ କୋର୍ଟ

ବେଙ୍ଗାଲୁରୁ: ଅବମାନନା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ଖବରକାଗଜକୁ କଂଗ୍ରେସ ଦେଇଥିବା ବିଜ୍ଞାପନକୁ ଦୁର୍ନୀତିଗ୍ରସ୍ତ ଦର୍ଶାଇ ଦଳ ଅଦାଲତର ଦ୍ୱାରସ୍ଥ ହୋଇଥିଲା।

ଏହା ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଜୁନ୍ ୧ରେ ଏହି ମାମଲାରେ ଜାମିନ ମିଳିଥିଲା। ରାହୁଲ ଗାନ୍ଧୀ ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଥିଲା ବିଜେପି ।

ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଦଳ ଡିକେ ଶିବକୁମାର ଓ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଛି ଯେ କଂଗ୍ରେସ ବିଜେପି ଉପରେ ଅଭିଯୋଗ କରିଛି ଯେ ତାଙ୍କ ନେତାମାନେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ୨୫୦୦ କୋଟି ଟଙ୍କା ଏବଂ ମନ୍ତ୍ରୀ ପଦ ପାଇଁ ୫୦୦ କୋଟି ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

Get real time updates directly on you device, subscribe now.