fbpx

ଜାଣିବାକୁ ଚାହୁଁଛନ୍ତି କି କର୍ଣ୍ଣାଟକ ନିର୍ବାଚନର ଫଳାଫଳ, ସର୍ବପ୍ରଥମ ଅପଡେଟ ପାଇଁ ଦେଖନ୍ତୁ ‘ଡେଲିହଣ୍ଟ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଏବେ ଶେଷ ହେଇଛି। ରାତି ପାହିଲେ ମତଦାନ ଆରମ୍ଭ ହେଇଯିବ। ଜନତା ମାନଙ୍କୁ ବୁଝେଇବା ପାଇଁ ଏବଂ ନିଜ ମୁଣିରେ ଭୋଟ ସଂଗ୍ରହ ପାଇଁ ବଡ଼ ବଡ଼ ଷ୍ଟାର କ୍ୟାମ୍ପେନର ତଥା ଆଗଧାଡିର ନେତା ମାନେ ପ୍ରଚାର ପ୍ରସାର ସହିତ ରୋଡ଼ ସୋ କରିଥିଲେ ।

ସୂଚନାମୁତାବକ ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨,୬୧୩ ଜଣ ପୁରୁଷ ପ୍ରାର୍ଥୀଙ୍କ ମଧ୍ୟରୁ ଯେଉଁଥିରୁ ୨,୪୨୭ ଜଣ ପୁରୁଷ, ୧୮୪ ଜଣ ମହିଳା ଏବଂ ଅନ୍ୟ ୨ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । କାଲି ଅର୍ଥାତ ବୁଧବାର ଦିନ ମତଦାନ ହେବ ଏବଂ ଆଗାମୀ ମେ ୧୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ।

ଚଳିତ ଥର ଏଠାରେ ୫,୩୧,୩୩,୦୫୪ ମତଦାନଙ୍କ ନାମ ପଞ୍ଜିକୃତ ହେଇଛି , ଯେଉଁମାନଙ୍କ ମଧ୍ୟରୁ ୧୬ ଲକ୍ଷ ଲୋକ ହେଉଛନ୍ତି ପ୍ରଥମ ଭୋଟର । ଯେଉଁମାନେ ପ୍ରଥମ ଥର ପାଇଁ ନିଜ ମତଦାନ ସାବ୍ୟସ୍ତ କରିବେ। ଏବଂ ନିଜର ନେତା ଚୟନ କରିବେ ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକରେ ହେବାକୁ ଥିବା ଏହି ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ​​୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍-ଟୁ-ହୋମ୍ (ଭିଏଚ୍ଏଚ୍)   ସୁବିଧା ପ୍ରଦାନ କରିଛନ୍ତି। ଯାହା ପାଇଁ ସେମାନଙ୍କୁ ଆଉ ଭୋଟ ଗ୍ରହଣ କରାଯାଉଥିବା ସ୍ଥଳକୁ ଆସିବାକୁ ପଡିବ ନାହିଁ ସେମାନେ ଘରେ ରହି ସେମାନଙ୍କ ବହୁ ମୂଲ୍ୟ ଭୋଟ ଦେଇପାରିବେ ।

କିନ୍ତୁ ଏଥର କିଛି ଭିନ୍ନ ହେବାକୁ ଯାଉଛି । ନିର୍ବାଚନ ଅପଡେଟ ପାଇଁ ସବୁ ଲୋକ ଚାହିଁ ବସିଥିବା ବେଳେ ଏଥର ଡେଲିହଣ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ କରିବାକୁ ଯାଉଛି । ଅର୍ଥାତ କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ ଆପଣଙ୍କୁ ଯେଉଁ ତଥ୍ୟ ଆବଶ୍ୟକ ତାହା କେବଳ ଆପଣ ଡେଲିହଣ୍ଟରୁ ପାଇପାରିବେ । କେବଳ ଭୋଟ ଗଣତି ନୁହେଁ ବରଂ ମତଦାନ ଠାରୁ ନିର୍ବାଚନର ସଠିକ୍ ତଥ୍ୟ ଆପଣଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଏକ ସୁଗଠିତ ଢାଞ୍ଚା ଏବଂ ବିଶ୍ଳେଷଣର ବ୍ୟାଖ୍ୟା ଉପରେ ଡେଲିହଣ୍ଟ ଧ୍ୟାନ ରହିଛି। ଯାହା ଦ୍ୱାରା ସମସ୍ତ ଲୋକଙ୍କୁ ନିର୍ବାଚନର ଅପଡେଟ ମିଳିପାରିବ।

ସମସ୍ତ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିବା ସହିତ ତଥ୍ୟ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ଏହାର ଅର୍ଥକୁ ଲୋକମାନଙ୍କ ନିକଟରେ ପହଞ୍ଚା ଯିବ । ଫଳାଫଳ ବିଶ୍ଳେଷଣ ଏପରି ଏକ ଉପାୟରେ ଉପସ୍ଥାପିତ ହେବ ଯାହା ଏକ ନବାଗତ ଠାରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ।

ଡେଲିହଣ୍ଟରେ ଆପଣଙ୍କୁ ସମସ୍ତ କଭରେଜ୍ ସହିତ ଏହି ସବୁ ତଥ୍ୟ ଅନ୍ତର୍ଭୁକ୍ତ ହେବ :

-ଏକ ଭଲ ଟ୍ୟାବୁଲେସନ ଫର୍ମାଟରେ ସମଗ୍ର ଫଳାଫଳର ଲାଇଭ୍ କରାଯିବ ।
-ସଂଖ୍ୟା, ଅତୀତର ଫଳାଫଳ ସହିତ ତୁଳନା, ରାଜ୍ୟ ତଥା ନିର୍ବାଚନମଣ୍ଡଳୀ ଗୁଡ଼ିକର ଆସନ ପରିବର୍ତ୍ତନ ବିଷୟରେ ସୂଚନା ରହିବ ।
– ସୋସିଆଲ୍ ମିଡିଆରେ ନିର୍ବାଚନକୁ ନେଇ ପ୍ରତିକ୍ରିୟା କଣ ରହିଛି ତାହା ମଧ୍ୟ ଦେଖାଯିବ ।
– ଟ୍ୱିଟର ଲାଇଭ୍ ,ଭିଡିଓରେ ଟ୍ରେଣ୍ଡ୍, ଭାଇରାଲ୍ ମେମ୍, ଟ୍ରେଣ୍ଡିଂ କାହାଣୀ, ଭିଡିଓ, ନିର୍ବାଚନର ବ୍ୟାପକ କଭରେଜ ଆଦି ସବୁ ସାମିଲ କରାଯିବ ।
ତେବେ ସର୍ବ ପ୍ରଥମେ ଏହି ଅପଡେଟ ଗୁଡିକ ପାଇବା ପାଇଁ ଆମ ସହିତ ଯୋଡି ହେଇ ରୁହନ୍ତୁ ! ଆଉ ଦେଖନ୍ତୁ ଡେଲିହଣ୍ଟ ।

Get real time updates directly on you device, subscribe now.