fbpx

(Video)ଆଃ କି ଲୋମଟାଙ୍କୁରା ଦୃଶ୍ୟ ! ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ ଦେଖୁ ଦେଖୁ ଚାଲି ଗଲା ୧୫ଜୀବନ; ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ଶ୍ରୀଖଣ୍ଡିରୁ ଇନ୍ଦୋର ଅଭିମୁଖେ ଯାଉଥିବା ବସ୍ ମଙ୍ଗଳବାର ସକାଳ ୮.୩୦ ସମୟରେ ଡୋଙ୍ଗରଗାଓଁ ନିକଟ ବୋରାଡ ନଦୀ ପାଖରେ ଥିବା ବ୍ରିଜ ତଳକୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନର୍ ଅଛନ୍ତି। ଏଥିରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଖର୍ଗୋନ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ସୂଚନା ପାଇବା ପରେ ଏସପି, କଲେକ୍ଟର ଏବଂ ବିଧାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମଧ୍ୟପ୍ରଦେଶ ସରକାର ଖର୍ଗୋନ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ଚାରି ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଆହତମାନଙ୍କୁ ସରକାର ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି , ଗୁରୁତର ଆହତମାନଙ୍କୁ ୫୦,୦୦୦ ଟଙ୍କା ଏବଂ ଅନ୍ୟ ଆହତମାନଙ୍କୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ବସ୍ ଦୁର୍ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଥିବା ବିଧାୟକ ରବି ଯୋଶୀଙ୍କ ସହ ଆଲୋଚନା ବେଳେ ଗ୍ରାମବାସୀ ସୂଚନା ଦେଇ କହିଛନ୍ତି ଯେ ବସ୍ ଗୁଡିକ ଭାରସାମ୍ୟ ହରାଇ ପ୍ରତିଦିନ ଦ୍ରୁତ ଗତିରେ ଯାତାୟାତ କରୁଛନ୍ତି। ଅନେକ ଥର ଆମେ ବସ୍ ଡ୍ରାଇଭରମାନଙ୍କୁ ଏଠି ପାଇଁ ଅଟକାଇ ଥିବା ବେଳେ କିନ୍ତୁ ସେମାନେ ଓଲଟା ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ବସ୍ ଚାଳକଙ୍କ ମନମୁଖୀ କାର୍ଯ୍ୟ ସମଗ୍ର ଜିଲ୍ଲାରେ ଚାଲିଛି। ଏହାକୁ ନେଇ ବହୁ ବାର ପ୍ରତିବାଦ କରୁଥିଲେ ମଧ୍ୟ ଏହାର ବସ ଚାଳକଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ତେଣୁ ଏଭଳି କାର୍ଯ୍ୟ ଯେପରି ଆଗକୁ ନ ହୁଏ ସେହି ଦିଗ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି

Get real time updates directly on you device, subscribe now.