fbpx
BJD SKY
BJD SKY

ଶ୍ରମିକଙ୍କ ଝିଅ ଦ୍ୱାଦଶ ଶ୍ରେଣୀରେ ରଖିଲେ ୬୦୦ ରୁ ୬୦୦ ମାର୍କ, କହିଲେ କିପରି କରୁଥିଲେ ନିଜକୁ ପ୍ରସ୍ତୁତ

BJD

ଚେନ୍ନାଇ: ତାମିଲନାଡୁର ଡିଣ୍ଡିଗୁଲରେ ଜଣେ ଶ୍ରମିକଙ୍କ ଝିଅ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୬୦୦ ରୁ ୬୦୦ ଅର୍ଥାତ ସମସ୍ତ ବିଷୟରେ ସଂପୂର୍ଣ୍ଣ ନମ୍ବର ସ୍କୋର କରିଛନ୍ତି । ସରବନ କୁମାରଙ୍କ ଝିଅ ନନ୍ଦିନୀ ଅନ୍ନାମଲାଇୟାର ଗାର୍ଲ୍ସ ହାୟର ସିକ୍ୟୁରିଟି ସ୍କୁଲରେ ପଢୁଛନ୍ତି ଏବଂ ଦ୍ୱାଦଶ ପରୀକ୍ଷାରେ ପୂରା ନମ୍ବର ରଖି ପାସ୍ କରିଛନ୍ତି । ଗତକାଲି ଯେପରି ପରୀକ୍ଷା ଫଳ ପ୍ରକାଶ ପାଇଛି ନନ୍ଦିନୀ ସମସ୍ତ ବିଷୟରେ ୬୦୦ ରୁ ୬୦୦ ଅଙ୍କ ରଖି ତାଙ୍କ ଶିକ୍ଷକ ଏବଂ ମାଆ, ବାପାଙ୍କୁ ଗର୍ବିତ କରିଛନ୍ତି ।

ବର୍ତ୍ତମାନ ନନ୍ଦିନୀ ନିଜ ସଫଳତାରେ ଉତ୍ସାହିତ ଅଛନ୍ତି । ଏହାସହ ସେ ନିଜକୁ କିପରି ପ୍ରସ୍ତୁତ କରୁଥିଲେ ସେହି ବିଷୟରେ କହିଛନ୍ତି । ସେ ପ୍ରଥମେ ଏହି ସଫଳତା ପାଇଁ ତାଙ୍କ ଶିକ୍ଷୟତ୍ରୀ ଏବଂ ମାଆ ବାପାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ପୁଣି କହିଛନ୍ତି ଯେ, ମୋ ବାପା ମାଆଙ୍କ ସମର୍ଥନ ଏବଂ ମୋ ପାଠ ପଢାରେ ସମୟ ଦେବା ହିଁ ମୋର ପ୍ରକୃତ ସଫଳତାର କାରଣ ଅଟେ । ସେ ପ୍ରତିଦିନ ୮ ରୁ ୯ ଘଣ୍ଟା ପଢୁଥିଲେ । ସେଥିପାଇଁ ସେ ସମସ୍ତ ବିଷୟକୁ କଭର କରିପାରିଥିଲେ ।

ନନ୍ଦିନୀ ୬ଟି ପେପର, ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟାନ୍ସି ଏବଂ କମ୍ପ୍ୟୁଟର ଆପ୍ଲିକେସନରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି । ନନ୍ଦିନୀ ଏନେଇ କହିଛନ୍ତି ଯେ, ମୋ ବାପା ଜଣେ ଦିନ ମଜୁରିଆ କିନ୍ତୁ କେବେ ମୋ ପାଠପଢାରେ ସେ ବାଧା ଦେଇନାହାନ୍ତି । ମୋ ବାପାଙ୍କ କଠିନ ପରିଶ୍ରମ ହିଁ ମୋତେ ଆଜି ଏହି ଜାଗାରେ ପହଁଚାଇଛି ।

Get real time updates directly on you device, subscribe now.