fbpx

Karnataka Exit Poll ୨୦୨୩: କର୍ଣ୍ଣାଟକରେ ଝୁଲା ସରକାର, କଂଗ୍ରେସକୁ ମିଳିପାରେ ସବୁଠୁ ଅଧିକ ଆସନ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନରେ ମତଦାନ ଶେଷ ହୋଇସାରିଛି । ଏବେ ସମସ୍ତ ଏକଜିଟ୍ ପୋଲ୍ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି । ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କେଉଁ ଦଳ ସରକାର ଗଠନ କରିବ ସେ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଘର ବାହୁଡ଼ା ମତ ପ୍ରକାଶ ପାଇଛି । ବର୍ତ୍ତମାନ ଅତି କମରେ ତିନୋଟି ଏକଜିଟ୍ ପୋଲ୍ ଝୁଲା ସରକାର ପୂର୍ବାନୁମାନ କରିଛି ଏବଂ ଏହି ସର୍ଭେ ଅନୁଯାୟୀ କର୍ଣ୍ଣାଟକର ଏକକ ବୃହତ୍ତମ ଦଳ ଭାବରେ କଂଗ୍ରେସ ଉଭା ହୋଇପାରେ। ଏହା ବ୍ୟତୀତ ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ପୁଣିଥରେ କିଙ୍ଗମେକର ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ନ୍ୟୁଜ୍ ନେସନ-ସିଜିଏସ୍ ଏକଜିଟ୍ ପୋଲ୍ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୧୧୪ ଟି ଆସନ ଜିତି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିପାରେ। ସେହିପରି କଂଗ୍ରେସ ୮୬ ଟି ସିଟ୍ ଏବଂ ଜେଡିଏସ୍ ୨୧ ଟି ଆସନରେ ବିଜୟୀ ହେବେ ଏବଂ ତିନୋଟି ସିଟ୍ ଅନ୍ୟାନ୍ୟ ଦଳକୁ ଯାଇପାରେ ପୂର୍ବାନୁମାନ କରାଯାଇଛି।

ସେହିପରି ରିପବ୍ଲିକ୍ ଟିଭି-ପି ଗଇଜଛ ଏକଜିଟ୍ ପୋଲ୍ ଅନୁଯାୟୀ, କର୍ଣ୍ଣାଟକରେ ଏକ ଝୁଲା ସରକାର ହେବ। ବିଜେପି ୮୫-୧୦୦ ଟି ଆସନ ଏବଂ କଂଗ୍ରେସ ୯୪-୧୦୮ ଟି ଆସନ ଉଭୟ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହୁଛନ୍ତି। ସେହିପରି ଜେଡିଏସ୍ ୨୪-୩୨ ସିଟ୍ ଏବଂ ଅନ୍ୟମାନେ ୨-୬ ସିଟ୍ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ଏଠାରେ ପୁଣି ଜେଡିଏସ୍ କିଙ୍ଗମେକର ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଟିଭି ୯ ଭାରତବର୍ଷ-ପୋଲଷ୍ଟ୍ରାଟ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୮୮-୯୮ ସିଟ୍ ପାଇପାରେ, କଂଗ୍ରେସ ୯୯-୧୦୯ ସିଟ୍ ପାଇପାରେ, କିନ୍ତୁ ଉଭୟେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ରହିବେ। ଏହି ଏକଜିଟ୍ ପୋଲରେ ଜେଡିଏସ୍ ୨୧-୨୬ ସିଟ୍ ଏବଂ ଅନ୍ୟମାନେ ୦-୪ ସିଟ୍ ପାଇବେ ବୋଲି ପୁର୍ବଉଁମାନ କରାଯାଉଛି।

ଏବିପି ନ୍ୟୁଜ୍-ସି ଭୋଟର ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପିକୁ ୬୬-୮୬ ସିଟ୍ ସହ ସନ୍ତୁଷ୍ଟ ହେବାକୁ ପଡିପାରେ ଏବଂ କଂଗ୍ରେସ ୮୧-୧୦୧ ସିଟ୍ ଜିତିପାରେ। ଅନ୍ୟପକ୍ଷରେ, ଜେଡିଏସ୍ ୨୦-୨୭ ସିଟ୍ ପାଇପାରିବ ଏବଂ ଅନ୍ୟମାନେ ଏବଂ ସ୍ୱାଧୀନମାନେ ୦-୩ ଆସନ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି।

 

 

Get real time updates directly on you device, subscribe now.