‘ଆପଣ କମଲ ହାସନ ନା ଆଉ କିଏ..’, କନ୍ନଡ଼ ଭାଷା ବିବାଦ ପାଇଁ ଅଭିନେତାଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋଟଙ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କନ୍ନଡ଼ ଭାଷା ବିବାଦ ମାମଲରେ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତାର ଅଥ ନୁହେଁ ଯେ, ଆପଣ ଯାହା ଇଚ୍ଛା ତାହା କହିବେ..

ନୂଆଦିଲ୍ଲୀ: ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ କନ୍ନଡ଼-ତାମିଲ ଭାଷାକୁ ନେଇ ଚାଲୁଥିବା ବିବାଦ ମାମଲାରେ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତାର ନାମରେ ଲୋକଙ୍କ ଭାବନାଗୁଡ଼ିକୁ ଆଘାତ ପହଞ୍ଚାଯାଇପାରିବ ନାହିଁ।

କମଲ ହାସନ କନ୍ନଡ଼ ଏବଂ ତାମିଲ ଭାଷାକୁ ନେଇ ବିବୃତ୍ତି ଦେଇଥିଲେ। ଏହାପରେ ଅନେକ ବିବାଦ ହୋଇଥିଲା, ଯାହା ଏପର୍ଯ୍ୟନ୍‌ଗତ ଥମିବାର ନାମ ନେଉନି। କମଲ ହାସନଙ୍କ ଫିଲ୍ମ ଠଗ ଲାଇଫ ୫ ଜୁନରେ ରିଲିଜ ହେବ।

କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଏମ. ନାଗପ୍ରସନ୍ନାଙ୍କ ବେଞ୍ଚ ଅଭିନେତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଆପଣ କମଲ ହାସନ ବା ଅନ୍ୟ କିଏ, ଲୋକଙ୍କ ଭାବନାଗୁଡ଼ିକୁ ଆପଣ ଆଘାତ ପହଞ୍ଚାଇ ପାରିବେନି। ଏହି ସ୍ଥିତିର କାରଣ ଆପଣ ନିଜେ।