fbpx

ମୃତ ଶରୀରରୁ ଜନ୍ମନେଲା ଶିଶୁ କନ୍ୟା; ଡାକ୍ତରଙ୍କୁ ବିରଳ ସଫଳତା

ନୂଆଦିଲ୍ଳୀ: ମୃତ ଶରୀରରୁ ଜନ୍ମ ନେଇଛି ଏକ ଶିଶୁ କନ୍ୟା । ମା’କୁ ବାତ ମାରିବାରୁ ମା’ର ପ୍ରାଣହାନି ଘଟିଥିବା ବେଳେ ଶିଶୁ ଟିକୁ ଅସ୍ତ୍ରୋପଚାର ଜରିଆରେ ଜୀବନ୍ତ ରଖାଯାଇଛି । ଅପରେସନ ଜରିଆରେ ଶିଶୁଟିକୁ କାଢିୁ ଆଣିବାରେ ସଫଳ ହୋଇଥିଲା ଡାକ୍ତରୀ ଟିମ୍ । ଏଭଳି ଏକ ବିରଳ ଘଟଣା କର୍ଣ୍ଣାଟକରେ ଘଟିଯାଇଛି । କର୍ଣ୍ଣାଟକର ରୋନା ଅଞ୍ଚଳର ମୁଶିାଗେରୀ ଗ୍ରାମରେ ଏହି ଘଟଣା ଘଟିଛି ।

ଏହି ଗ୍ରାମର ଅନ୍ନପୂର୍ଣ୍ଣା ଗର୍ଭବତୀ ରହିଥିଲେ । ତେବେ ଘରକାମ କରୁଥିବା ସମୟରେ ଅଚାନକ ତାଙ୍କୁ ବାତ ମାରିଥିଲା । ବାତ ମାରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ବାଟରେ ରକ୍ତଚାପ ହ୍ରାସ ପାଇବା ସହିତ ମହିଳାଙ୍କ ପ୍ରାଣହାନି ଘଟିଥିଲା । ବାଟରେ ମହିଳାଙ୍କ ପ୍ରାଣହାନି ଘଟିଥିବା ବେଳେ ଶିଶୁଟିର ଶ୍ୱାସକ୍ରିୟା ଚାଲୁଥିବା କିନ୍ତୁ ଜାଣିବାକୁ ପାଇଥିଲେ ଡାକ୍ତର । ତୁରନ୍ତ ଅପରେସନ ପରେ ଶିଶୁଟିକୁ ସୁରକ୍ଷିତ ଭାବରେ ଜନ୍ମ କରାଇଥିଲେ ଡାକ୍ତର ।

Get real time updates directly on you device, subscribe now.