(Video) ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ପୋଲିସ ବେଙ୍ଗାଲୁରୁରେ ଭାରତୀୟ ଜନତା ପାର୍ଟୀ ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ହେପାଜତରେ ନେବା ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ ହନୁମାନ ଚଲିସା ଏବଂ ଆଜାନକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ଗତ ରବିବାର ଦିନ ଆଜାନ ସମୟରେ ସଙ୍ଗୀତ ବଜାଇ ଜଣେ ଦୋକାନୀଙ୍କୁ ମାଡ ଦିଆଯାଇଥିଲା, ଯାହା ବିରୋଧରେ ମଙ୍ଗଳବାର ଦିନ ବିରୋଧ କରାଯାଇଛି। ଏହି ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ (ବିଜେପି) ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯେଉଁଠାରୁ କର୍ଣ୍ଣାଟକ ପୋଲିସ ତାଙ୍କୁ ଗିରଫ କରିଛି।

ଏହି ପ୍ରତିବାଦ ସମୟରେ ପୋଲିସ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସାମାନ୍ୟ ବଳ ପ୍ରୟୋଗ କରିଛି। ତେଜସ୍ୱୀ ସୂର୍ଯ୍ୟ ବିକ୍ଷୋଭକାରୀଙ୍କୁ ଫେରିଯିବାକୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ଚାଲିଯାଆନ୍ତୁ।

 

Get real time updates directly on you device, subscribe now.