fbpx

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କୀ ରାଜ୍ ; ଗୁଳିମାଡର ଶିକାର ହେଲେ କଶ୍ମୀର ପଣ୍ଡିତ, ହସ୍ପିଟାଲରେ ଅଖିବୁଜିଲେ

Advertisement

ନୂଆଦିଲ୍ଲୀ : ଆତଙ୍କବାଦୀମାନେ ପୁଣି ଥରେ କାଶ୍ମୀରର ପୁଲୱାମାକୁ ଟାର୍ଗେଟର କରିଛନ୍ତି। ରବିବାର ଦିନ ଆତଙ୍କବାଦୀମାନେ କାଶ୍ମୀରର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ପଣ୍ଡିତ ହେଲେ ସଞ୍ଜୟ ଶର୍ମା । ତାଙ୍କ ଉପରକୁ ଗୁଳି ଚଳାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସଞ୍ଜୟ ଶର୍ମାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ, ପୁଲୱାମାର ଆଚାନ ଅଞ୍ଚଳର ବାସିନ୍ଦା ସଞ୍ଜୟ ଶର୍ମା କୌଣସି କାମ ପାଇଁ ରବିବାର ବଜାରକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ପୋଲିସ ସହାୟତାରେ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେ ବଞ୍ଚିପାରି ନଥିଲେ । ପୋଲିସ ଏବଂ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଚାଲିଛି।

Target Killing in Pulwama

ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଅନନ୍ତନାଗରେ ପୂର୍ବତନ ପଞ୍ଚ ଆସିଫ ଅଲିଙ୍କୁ ଟାର୍ଗେଟ କରିଥିଲେ। ନାମାଜ ସାରି ମସଜିଦରୁ ଫେରୁଥିବା ବେଳେ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ପିତା ଅଲି ମହମ୍ମଦ ଗଣାଇ ପୋଲିସର ଜଣେ ହେଡ କନଷ୍ଟେବଳ ଥିଲେ। ଆତଙ୍କବାଦୀମାନେ ତାଙ୍କୁ ମଧ୍ୟ ୨୯ ଜାନୁୟାରୀ ୨୦୨୨ ସନ୍ଧ୍ୟାରେ ମସଜିଦ ବାହାରେ ହତ୍ୟା କରିଥିଲେ।

Get real time updates directly on you device, subscribe now.