କ୍ୟାଟ୍ରିନାଙ୍କ ଗାଧୁଆ ବେଳର ଭିଡିଓ ଭାଇରାଲ କଲେ ୨ ଭାଇ, ରବିନା ଦେଲେ ଜବାବ୍
କ୍ୟାଟ୍ରିିନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ଏମିତି କହିଲେ ନାୟିକା ।
ମୁମ୍ବାଇ: ନିକଟରେ ସରିଛି ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳା । ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ ବିଜନେସମ୍ୟାନ ସଙ୍ଗମରେ ଯାଇ ବୁଡ଼ ପକେଇ ଆସିଛନ୍ତି । ଏ ସବୁ ଭିତରେ ବଲିଉଡର ବହୁ କଳାକାରଙ୍କୁ ମଧ୍ୟ ସଙ୍ଗମରେ ସ୍ନାନ କରୁଥିବାର ଦେଖିବାକୁ ମିଳିଛି ।
ଯେଉଁମାନଙ୍କ ଭିତରେ କ୍ୟାଟ୍ର୍ରିନା କୈଫ, ରବିନା ଟଣ୍ଡନ ମଧ୍ୟ ଥିଲେ । ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଗାଧୁଆ ବେଳର ଫଟୋ ଓ ଭିଡିଓ ଘୁରିବୁଲିବାରେ ଲାଗିଛି ।
ଭିଡିଓ କଲେ ୨ ଭାଇ: ସୂଚନାଯୋଗ୍ୟ ୨ ଜଣ ଯୁବକ କ୍ୟାଟ୍ରିନାଙ୍କ ଗାଧୁଆ ଭିଡିଓକୁ ଭାଇରାଲ କରିଛନ୍ତି । ଯେଉଁଥିରେ ସେମାନେ କହୁଛନ୍ତି ଇଏ ମୁଁ, ଇଏ ମୋ ଭାଇ ଆଉ ଇଏ କ୍ୟାଟ୍ରିନା କୈଫ୍ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ।
ପୋଷ୍ଟ ଶେୟାର: ତେବେ କ୍ୟାଟ୍ରିନାଙ୍କ ବୁଡ଼ ପକାଇବା ବେଳର ଭିଡିଓ ଭାଇରାଲ ହେବା ନେଇ ରାଗିଛନ୍ତି ରବିନା ଟଣ୍ଡନ । ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି, ଏହା ବହୁତ ନିଚ କାମ । ଏଭଳି ଲୋକ ସେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଖରାପ କରିଦେଉଛନ୍ତି ।
କ୍ୟାଟ୍ରିନା ତାଙ୍କ ଶାଶୁଙ୍କ ସହ ସଙ୍ଗମ ଯାଇଥିଲେ । ସଙ୍ଗମରେ ସ୍ନାନ କରିବା ପରେ ରାତିରେ ଆଳତୀ କରିଥିଲେ । କ୍ୟାଟ୍ରିନା କୈଫ ସବୁବେଳେ ତାଙ୍କ ଶାଶୁଙ୍କ ସହ ମନ୍ଦିର ଯାଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି ।