fbpx

ଅକ୍ସିଜେନ୍ ବେଡ ପ୍ରସ୍ତୁତ ରଖ… କରୋନା ଭୟାବହତାକୁ ନେଇ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ପୁଣିଥରେ ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବା ଆରମ୍ଭ କରି ସାରିଛି । ବିଭିନ୍ନ ରାଜ୍ୟରୁ ସଂକ୍ରମଣଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସଜାଗ ରହିବା ପାଇଁ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ କରୋନା ବିପକ୍ଷରେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ଚିଠି ପଠାଇଛନ୍ତି । ହସ୍ପିଟାଲ ସହ ସାଧାରଣ ଲୋକଙ୍କୁ ମଧ୍ୟ ସଜାଗ ରହିବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସାରା ଦେଶରେ କରୋନାର ଭୟାବହତାକୁ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ସର୍ଭିଲାନ୍ସ ଏବଂ ଟେଷ୍ଟିଂ ବଢାଇବା ପାଇଁ ରାଜ୍ୟର ମେଡିକାଲଗୁନିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ଏବଂ ଅକ୍ସିଜେନ୍ ବେଡ୍ ପ୍ରସ୍ତୁତ ରକିବା ପାଇଁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଚିଠି ଲେକିଛନ୍ତି କେନ୍ଦ୍ର ସରକାର । ଏହାସହିତ ପୁଣିଥରେ ଦେଶକୁ କ୍ୱରାଣ୍ୟାଇନ ବ୍ୟବସ୍ଥା ମଧ୍ୟ ରିଟର୍ଣ୍ଣ କରିଛି । କୌଣସି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଲେ ଘରୋଇ ସଂଗରୋଧ(ହୋମ୍ କ୍ୱାରାଣ୍ଟାଇନ)ରେ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି ।

ତେବେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଚିକିସବା ଉପରେ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହିପରି ଟେଷ୍ଟ କିଟ୍, ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏହି ଚିଠି ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ହୋଇ ଉଠିଛି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ତାଲିମ ଦେବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ କରୋନା ନିୟମ ମାନିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.