fbpx

ଗୃହରେ ରଖନ୍ତୁ ଚାନ୍ଦିର ହାତୀ ମୂର୍ତ୍ତି : ନକାରାତ୍ମକ ଶକ୍ତି ହେବ ଦୂର

ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ହାତୀ ମୂର୍ତ୍ତି ରଖିବା ଖୁବ ଶୁଭ ବୋଲି ମାନେ କରାଯାଏ । ଘରେ ଚାନ୍ଦିର ହାତୀ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାକୁ ରଖିବା ଦ୍ୱାରା ଘରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏହାକୁ ଘରେ ରଖିବା ଦ୍ୱାରା ବ୍ୟକ୍ତିଙ୍କ ମାନ-ସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ।

ହିନ୍ଦୁ ଧର୍ମରେ ହାତୀକୁ ପ୍ରଭୁ ଗଣେଶଙ୍କ ରୂପ ବୋଲି କୁହାଯାଏ। ଏହାସହ ହାତୀ ମା’ଲକ୍ଷ୍ମୀଙ୍କ ବାହନ ମଧ୍ୟ ଅଟନ୍ତି । ଏହାକୁ ଘରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହେବ ସହ ଶୁଭଫଳ ମିଳିଥାଏ। ଏହା ବ୍ୟତୀତ ଧନର ଅଭାବ ମଧ୍ୟ ଦୂର ହୋଇଥାଏ ।

-ହାତୀ ମୂର୍ତ୍ତି ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

-୨ଟି ହାତୀ (ହାତୀ ଯୋଡା) ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଧନ ଲାଭ ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ହାତୀର ମୁହଁ ଉପର ପଟକୁ ଓ ପରସ୍ପର ଆଡକୁ ହେବା ଉଚିତ ।

-ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୟନ କକ୍ଷରେ ହାତୀଙ୍କ ଫଟୋ ଲଗାନ୍ତୁ। ଏହା ଛଡା ହାତୀଙ୍କ ଯୋଡା ମୂର୍ତ୍ତି ମଧ୍ୟ ରଖି ପାରିବେ ।

-ପିଲାଙ୍କର ପାଠପଢାରେ ମନ ନଲାଗିଲେ ସେମାନଙ୍କ କକ୍ଷରେ ହାତୀ ମୂର୍ତ୍ତି ରଖିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ।

-ଶୟନ କକ୍ଷରେ ହାତୀର ପିତ୍ତଳ ମୂର୍ତ୍ତି ରଖିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।

-କାର୍ଯ୍ୟାଳୟରେ ପିତ୍ତଳର ହାତୀ ମୂର୍ତ୍ତି ରଖିବା ଦ୍ୱାରା ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

-କାର୍ଯ୍ୟାଳୟର ମୁଖ୍ୟ ଦ୍ୱାର ନିକଟରେ ହାତୀ ମୂର୍ତ୍ତି ରଖିବା ଦ୍ୱାରା ବେଶ ଶୁଭଫଳ ପ୍ରାପ୍ତି ହୋଇଥାଏ।

Get real time updates directly on you device, subscribe now.