fbpx

ଘରେ ଦର୍ପଣ ରଖିବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ:ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆମେ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ରଖିଥାନ୍ତି । ଏଥିସହିତ ଆମେ ଘରେ ବ୍ୟବହାର କରୁଥିବା ସମସ୍ତ ଜିନିଷକୁ ମଧ୍ୟ ସୁନ୍ଦର ଭାବରେ ସଜାଇ ରଖିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଜିନିଷ ଯଦି ଠିକ୍ ଦିଗ କିମ୍ବା ଠିକ୍ ସ୍ଥାନରେ ନ ରହେ ତେବେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ । ଯାହାଫଳରେ ଘରେ ଅଶାନ୍ତି ଓ ସମସ୍ୟା ଲାଗି ରହିଥାଏ । ତେଣୁ ଘରର ସମସ୍ତ ଜିନିଷ ଠିକ୍ ଦିଗ ଓ ଉଚିତ୍ ସ୍ଥାନରେ ରଖିବା ଦରକାର । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଘରେ ଥିବା ଦର୍ପଣ ମଧ୍ୟ ସୁଖ ଶାନ୍ତି ଓ ସମୃଦ୍ଧି ଆଣିପାରେ ଏଥି ସହିତ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିପାରେ । କିନ୍ତୁ ଏହାକୁ ଘରେ ରଖିବାର କିଛି ନିୟମ ରହିଛି । ବାସ୍ତୁ ଶାସ୍ତ୍ର ହିସାବରେ ଘରେ କେଉଁ ପ୍ରକାର ଦର୍ପଣ ରହିବା ଉଚିତ୍ ଏବଂ ଏହାକୁ କେଉଁ ଦିଗରେ ଲଗାଇବା ଦରକାର ତାହା ଜାଣି ରଖି ଥିବା ଉଚିତ୍ ।

କେଉଁ ଦିଗରେ ଦର୍ପଣ ଲଗାଇବା ଦରକାର: ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଦର୍ପଣ ଲଗାଇବା ବହୁତ ଶୁଭ ହୋଇଥାଏ । କୁହାଯାଏ କି ଏହି ଦିଗରେ ଦର୍ପଣ ଲଗାଇଲେ ଘରର ଆର୍ଥିକ ସସ୍ଥିତି ବଜବୁତ ହୋଇଥାଏ । ଏଥିସହିତ ସମାଜରେ ମାନ-ସମ୍ମାନ ମଧ୍ୟ ବଢିଥାଏ।

ଦର୍ପଣର ଆକାର କିପରି ହେବା ଆବଶ୍ୟକ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଇଥିବା ଦର୍ପଣର ଆକାର ଚାରିକଣିଆ ବା ବର୍ଗାକାର ହେବା ଆବଶ୍ୟକ । ଏତତ୍ ବ୍ୟତୀତ ଘରେ ଲଗାଯାଇଥିବା ଦର୍ପଣରେ ମୁହଁ ପରିସ୍କାର ଭାବରେ ଦେଖାଯାଉଥିବା ଦରକାର । ଦର୍ପଣ ଅପରିସ୍କାର କିମ୍ବା ଝାପସା ଦେଖାଯିବା ଉଚିତ୍ ନୁହେଁ ।

ଘରେ ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ : ବାସ୍ତୁ ଶାସ୍ତ୍ର ହିସାବରେ ଘରେ ଭଙ୍ଗା ଦର୍ପଣ ରଖିବା ବହୁତ ଅଶୁଭ ହୋଇଥାଏ । ଏଥିସହିତ ନକରାତ୍ମକ ଶକ୍ତିର ପ୍ରବେଶ ମଧ୍ୟ ହୋଇଥାଏ । ଯେଉଁ କାରଣରୁ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ । ତେଣୁ ଘରେ ଭଙ୍ଗା ଦର୍ପଣ ରଖିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.