fbpx

କିର ଷ୍ଟାରମର ହେବେ ଇଂଲଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ! ଋଷି ସୁନକଙ୍କୁ ବଡ଼ ଝଟକା

Advertisement

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବ୍ରିଟେନ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବଡ଼ ଝଟକା ଲାଗିଛି । ଦେଶରେ ଏଥର ରାଜନୈତିକ ପାଣିପାଗ ବଦଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟିକୁ ମାତ୍ର ୧୩୧ଟି ସିଟ୍ ଓ କିର ଷ୍ଟାରମରଙ୍କ ନେତୃତ୍ୱାଧୀନ ଲେବର ପାର୍ଟିକୁ ୪୧୦ଟ ସିଟ୍ ମିଳିପାରେ ବୋଲି ଏଗଜିଟ ପୋଲ ଅନୁମାନ କରିଛି । ହାଉସ୍ ଅଫ୍ କମନ୍ସରେ ବହୁମତ ହାସଲ କରିବା ପାଇଁ ମୋଟ ୬୫୦ଟି ଆସନରୁ ୩୨୬ଟିରେ ବିଜୟୀ ହେବା ଆବଶ୍ୟକ ।

ସଦ୍ୟ ରିପୋର୍ଟ ମୁତାବକ, ୨୧ଟି ଆସନର ରେଜଲ୍ଟ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୧୫୯ଟିରେ ଲେବର ପାର୍ଟି ବିଜୟୀ ହୋଇଥିବା ବେଳେ ସୁନକଙ୍କ ପାର୍ଟି ମାତ୍ର ୨୬ଟିରେ ସୀମିତ ରହିଛି । ୟୁକେ ଲେବର ପାର୍ଟି ମୁଖ୍ୟ କିର ଷ୍ଟାରମର ନିଜର ଆସନରୁ ୧୮,୮୮୪ଟି ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କର ଦଳ ଭଲ ଏଥର ଦେଶରେ ସରକାର ଗଠନ କରିବା ଆଡ଼କୁ ଅଗ୍ରସର ହେଉଛି । ତେଣୁ ଏଭଳି ସ୍ଥିତିରେ କିର ଷ୍ଟାରମର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

୧୯୬୨ ମସିହାରେ ଲଣ୍ଡନରେ ଜନ୍ମଲାଭ କରିଥିବା ଷ୍ଟାରମର ଛୋଟ ବେଳୁ ରାଜନୀତି ସହିତ ସକ୍ରିୟ ରହି ଆସିଛନ୍ତି । ୨୦୦୫ ମସିହା ପରେ ପ୍ରଥମ ଥର ସାଧାରଣ ନିର୍ବାଚନରେ ଲେବର ପାର୍ଟିକୁ ଐତିହାସିକ ବିଜୟ ମିଳିବାର ଅନୁମାନ କରାଯାଉଛି । ୬୧ ବର୍ଷୀୟ ଷ୍ଟାରମର ସଂସଦରେ ସର୍ବବୃହତ ଦଳର ନେତା ଭାବେ ଚର୍ଚ୍ଚାକୁ ଆସିଛନ୍ତି । ତେଣୁ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

Get real time updates directly on you device, subscribe now.