fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି, HC ଙ୍କ ନିଷ୍ପତ୍ତି ଅପେକ୍ଷା କରିବାକୁ କହିଲେ ବେଞ୍ଚ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନରେ ସୁପ୍ରିମକୋର୍ଟରେ ସୋମବାର ଦିନ ଶୁଣାଣି ହୋଇଛି । କୋର୍ଟଙ୍କଠାରୁ କେଜ୍ରିୱାଲଙ୍କୁ କୌଣସି ଆଶ୍ୱସ୍ତି ମିଳିଲା ନାହିଁ । ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଜାମିନକୁ ଚ୍ୟାଲେଞ୍ଜ କରୁଥିବା ଇଡିର ପିଟିସନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କହିଛନ୍ତି ।

ଦିଲ୍ଲୀର ମଦ ନୀତି ମାମଲାରେ ନିମ୍ନ ଅଦାଲତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ । ଏହି ନିଷ୍ପତ୍ତିକୁ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ହାଇକୋର୍ଟ ଜାମିନରେ ପ୍ରତିବନ୍ଧକ ଲଗାଇଥିଲେ । କେଜ୍ରିୱାଲ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ତେବେ ଜଜ କହିଛନ୍ତି ଏହାକୁ ଆମେ ବୁଧବାର, ୨୬ ଜୁନରେ ଶୁଣାଣି କରିବୁ । ଯଦି ଏହାରି ମଧ୍ୟରେ ହାଇକୋର୍ଟଙ୍କ ଆଦେଶ ଆସିଯିବ, ତେବେ ତାକୁ ମଧ୍ୟ ରେକର୍ଡରେ ରଖାଯିବ ।

Get real time updates directly on you device, subscribe now.