fbpx

କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା; ଡ୍ୟୁଟିରେ ପ୍ରାଣ ହରାଇଥିବା ସହିଦଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା

Advertisement

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ରାଜ୍ୟର ୬ଟି ପରିବାରକୁ ୧କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଯବାନ, ପୋଲିସ୍ ଓ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ ଏହି ସହାୟତର ରାଶି ପ୍ରଦାନ କରାଯିବ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାକୁ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତି ଯେ ବାୟୁସେନା , ଦିଲ୍ଲୀ ପୋଲିସ୍ ଏବଂ ସିଭିଲ୍ ଡିଫେନ୍ସ ୬ଜଣ କର୍ମଚାରୀଙ୍କ ପରିବାରକୁ ଏହି ସହୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ୩ଜଣ ଏୟାର ଫୋର୍ସ କର୍ମଚାରୀ, ୨ଜଣ ଦିଲ୍ଲୀ ପୋଲିସ୍ କର୍ମଚାରୀ ଓ ଜଣେ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାର ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏଭଳି ଏକ ଯୋଜନାର ଘୋଷଣା କରିଥିଲେ ।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି କି ଦେଶକୁ ବାହ୍ୟ ତଥା ଆଭ୍ୟନ୍ତରୀଣ ବିପଦରୁ ରକ୍ଷା କରୁଥିବା ବେଳେ ସର୍ବୋଚ୍ଚ ସହିଦ ହୋଇଥିବା ଏହି ସାହାସୀମାନଙ୍କୁ ମୁଁ ପ୍ରଣାମ କରୁଛି । ଦିଲ୍ଲୀ ସରକାର ସେମାନଙ୍କ ପରିବାରକୁ ୧କୋଟି ଟଙ୍କାର ସମ୍ମାନ ପ୍ରଦାନ କରିବେ । ଆମେ ଏହି ପରିବାରମାନଙ୍କୁ କହିବାକୁ ଚାହୁଁଛୁ ଦେଶ ଆପଣଙ୍କ ସହିତ ଅଛି । ଦେଶ ଆପଣଙ୍କ ପୁଅ ପାଇଁ ଗର୍ବିତ । ବର୍ତ୍ତମାନ ଏହି ଯୋଜନା ସିଆରପିଏ, ଦିଲ୍ଲୀ ପୋଲିସ୍, ଆର୍ମି କର୍ମଚାରୀଙ୍କ କ୍ଷେତ୍ରରେ ବି ଲାଗୁ କରାଯାଇଛି । ଏହି ଯୋଜନା ଅନୁଯାୟୀ ଡ୍ୟୁଟିରେ ଥାଇ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାରକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

Get real time updates directly on you device, subscribe now.