ଦିଲ୍ଲୀରେ ପରେଡ୍ ଦେଖିବେ କମଳା, ଫ୍ଲାଇଟ୍ ଟିକଟ୍ କଲେ କେନ୍ଦ୍ର ସରକାର

ଅଳିଆରୁ ଘରକରଣା ଜିନିଷ ତିଆରି କରିବା ପାଇଁ ମୋଦି ପ୍ରଶଂସା କରିଥିଲେ । ଗରିବ ମହିଳାଙ୍କୁ ଟଙ୍କା ରୋଜଗାର କ୍ଷେତ୍ରରେ ଆଗୁଆ କରିବା ପାଇଁ କମଳାଙ୍କ ଏହି ପ୍ରୟାସ ।

କେନ୍ଦ୍ରପଡ଼ା: କମଳା ମହାରଣାଙ୍କୁ ଚଳିତବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ପରେଡ୍ ଦେଖିବା ପାଇଁ
କେନ୍ଦ୍ର ସରକାର କରିଛନ୍ତି ନିମନ୍ତ୍ରଣ ।

ଏ ନେଇ କମଳା ଓ ତାଙ୍କ ପୁଅ ମହେନ୍ଦ୍ରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ଲାଇଟ୍ ଟିକଟ୍ କରାଯାଇଛି ।

ଅଳିଆରୁ ଘରକରଣା ଜିନିଷ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ଫେବୃଆରୀ ୨୬ରେ ମନ କୀ ବାତ୍ କାର୍ଯ୍ୟକ୍ରମରେ କମଳାଙ୍କୁ ପ୍ରଶଂସା କରିଥିଲେ ।

୨୦୧୬ରେ ପ୍ରତିଷ୍ଠିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗ୍ରୁପର ମୁଖ୍ୟ ହେଉଛନ୍ତି କମଳା ମହାରଣା । ତାଙ୍କ ଅଧିନରେ ୫୦ରୁ ଅଧିକ ମହିଳା ରହି କାମ କରୁଛନ୍ତି । ଗରିବ ମହିଳାଙ୍କୁ ଟଙ୍କା ରୋଜଗାର କ୍ଷେତ୍ରରେ ଆଗୁଆ କରିବା ପାଇଁ କମଳାଙ୍କ ଏହି ପ୍ରୟାସ ।

ପ୍ଲାଷ୍ଟିକ୍, ପଲିଥିନ୍ ଅନ୍ୟ ଅଳିଆରୁ କମଳା ପେନ୍ ଷ୍ଟାଣ୍ଡ, ବାସ୍କେଟ୍ ଏବଂ ଫୁଲଦାନୀ ତିଆରି କରନ୍ତି । ଏହା ଜରିଆରେ ନିଜେ ସ୍ୱାବଲମ୍ବୀ ବେହା ସହ ଅନ୍ୟମାନଙ୍କୁ ମଧ୍ୟ କମଳା ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରୁଛନ୍ତି ।