fbpx

(Video) ଲୋକସଭା ନିର୍ବାଚନ ମଝିରେ ରଶ୍ମିକା ମନ୍ଦାନାଙ୍କୁ କାହିଁକି ଟାର୍ଗେଟ କଲା କଂଗ୍ରେସ? କହିଲେ ‘ଏହା ଇଡି..’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଟଳ ସେତୁର ଏକ ପ୍ରମୋଶନାଲ ଭିଡିଓ ପୋଷ୍ଟ କରିବା ନେଇ ଟ୍ରୋଲିଙ୍ଗର ସାମ୍ନା କରିବାକୁ ପଡିଛି । କେବଳ ଏତିକି ନୁହେଁ ବରଂ ଏଥର କଂଗ୍ରେସ ମଧ୍ୟ ତାଙ୍କୁ ଟାର୍ଗେଟ କରିଛି । କେରଳ କଂଗ୍ରେସ ରଶ୍ମିକା ମନ୍ଦାନାଙ୍କ ଆଲୋଚନା କରି କହିଛି ଯେ, ବଲିଉଡ ଅଭିନେତ୍ରୀ ଯେଉଁ ଭିଡିଓକୁ ପୋଷ୍ଟ କରିଛନ୍ତି, ତାହା ଇଡି ମାଧ୍ୟମରେ ଡାୟରେକ୍ଟ କରାଯାଇଛି ।

କେରଳ କଂଗ୍ରେସ ଏକ୍ସରେ ଲେଖିଛନ୍ତି ଯେ, ‘ଡିଅର ରଶ୍ମିକା ମନ୍ଦାନା, ଦେଶ ପୂର୍ବରୁ ମଧ୍ୟ ଆଡସ୍ ଏବଂ ସରୋଗେଟ ଆଡସ୍ ଦେଖିଛନ୍ତି । ଏପରି ପ୍ରଥମ ଥର ଆମେ ଇଡି ନିର୍ଦ୍ଦେଶିତ ଆଡ ଦେଖୁଛୁ । ଏହା ଭଲ ହୋଇଛି । ବହୁତ ଭଲ! ଆମେ ଦେଖୁଛୁ ଆପଣଙ୍କ ଆଡରେ ଅଟଳ ସେତୁ ଖାଲି ଦେଖାଯାଉଛି । କେରଳରେ ରହିଥିବାରୁ ଆମେ ଭାବିଲୁ ମୁମ୍ବାଇରେ ଏତେ କମ୍ ଟ୍ରାଫିକ, ସେଥିପାଇଁ ଆମେ ମୁମ୍ବାଇରେ ନିଜ ସାଙ୍ଗମାନଙ୍କ ସହ ଯୋଗାଯୋଗ କଲୁ ।’

ପୋଷ୍ଟରେ ଆଗକୁ କୁହାଯାଇଛି ଯେ, ‘ସେମାନେ ଆମକୁ କହିଲେ ଯେ, ରାଜୀବ ଗାନ୍ଧୀ ବାନ୍ଦ୍ରା-ବର୍ଲୀ ସି ଲିଙ୍କରେ ଟ୍ରାଫିକ ଭିଡ ଅଛି । ରେଫରେନ୍ସ ପାଇଁ ଆମେ ଏକ ଭିଡିଓ ମଧ୍ୟ ସେୟାର କରିଛୁ । ଏହି ଭିଡିଓକୁ ମଧ୍ୟ ଦେଖି ନିଅନ୍ତୁ ।’

Get real time updates directly on you device, subscribe now.