fbpx

ସ୍ଥିତି ଗମ୍ଭୀର; ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ଜଣ କୋଭିଡ୍ ଯୋଗୁଁ ମୃତ, ସଂକ୍ରମିତଙ୍କ ସଂଖ୍ୟା ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: କୋଭିଡ୍ ମହାମାଣୀ ପୁଣିଥରେ ଦେଶରେ ତାଣ୍ଡବ କରୁଛି । ବିଭିନ୍ନ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି । କେରଳରେ ଗତ ୨୪ ଘଣ୍ଟାରେ ୪୪୪ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ୩୩ ହଜାର ୫୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୬୨, ୪୪, ୬୫୪ ହୋଇଯାଇଛି । ସେହିପରି ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୫୭ହଜାର ୭୪୦ ହୋଇଯାଇଛି ।

ଅନ୍ୟପଟେ କର୍ଣ୍ଣାଟକରେ ମାମଲା ହ୍ରାସ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଦିନକରେ ୧୨ହଜାର ୦୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ପ୍ରାଣ ହରାଇଛନ୍ତି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୩୮,୮୭,୭୩୩ ହୋଇଯାଇଛି ଏବଂ ମୃତକଙ୍କ ସଂଖ୍ୟା ମୋଟ ୩୯,୩୦୦ରେ ପହଞ୍ଚିଛି । ଶୁକ୍ରବାର ଦିନ ରାଜ୍ୟରୁ ୧୪ହଜାର ୯୫୦ ମାମଲା ଚିହ୍ନଟ ହୋଇଥିଲା ।

Get real time updates directly on you device, subscribe now.