fbpx

କେରଳ ସରକାର ନେଲେ ନିଷ୍ପତ୍ତି , ପରିବର୍ତ୍ତନ ହେବ ରାଜ୍ୟର ନାମ

ଓଡିଶା ଭାସ୍କର: କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ କାହାକୁ ବା ଅଜଣା ରହିଛି । ଏହାର ସବୁଜ ଭରା ଜଙ୍ଗଲ, ବେଳାଭୂମି, ସୁଉଚ୍ଚ କୁହୁଡିରେ ଢାଙ୍କି ହୋଇଥିବା ପାହାଡ ପାଇଁ ସମଗ୍ର ଦେଶ ବିଦେଶରେ ପରିଚୟ ସାଉଁଟି ପାରିଛି । ଏହି କେରଳକୁ ମଧ୍ୟ ଭଗବାନଙ୍କ ରାଇଜ ବୋଲି କୁହାଯାଇଥାଏ । ପ୍ରକୃତିରାଣୀ କେରଳକୁ ଏପରି ସୌନ୍ଦର୍ଯ୍ୟରେ ଭରିଦେଇଛି ଯେ ସେଠାକୁ ଯିଏ ଗଲେ ବି ଆଉ ଫେରିବାକୁ ଆଗ୍ରହ ପ୍ରକାଶ କରେନାହିଁ ।

ସୂଚନା ଅନୁସାରେ, କେରଳକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କେରଳ ସରକାର ଏବେ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ନିସ୍ପତି ନେଇଛନ୍ତି । ଏ ସଂକ୍ରାନ୍ତରେ ସୋମବାର ଦିନ କେରଳ ବିଧାନ ସଭାରେ ଏକ ବିଲ ପାରିତ ହୋଇଛି । କେନ୍ଦ୍ରରେ ଏହାର ନାମକୁ କେରଳରୁ କେରଳମ୍ ନାମରେ ପରିବର୍ତ୍ତିତ କରିବା ପାଇଁ ଅନୁରୋଧ କରାଯାଇଛି । ରାଜ୍ୟର ନାମ ପରିବର୍ତ୍ତନ କରିବା ପାଇଁ ମ୍ରୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଜୁନ ୨୪ ତାରିଖରେ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଲକୁ ଆଣିଥିଲେ । ଏହି ପ୍ରସ୍ତାବରେ କେରଳ ନାମରୁ କେରଳମ୍ ପରିବର୍ତ୍ତନ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ଉଲ୍ଲେଖ ରହିଛି ।

ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେରଳର ନାମ ପରିବର୍ତ୍ତନ ନେଇ ମଧ୍ୟ ଏକ ପ୍ରେସମିଟ ମାଧ୍ୟମରେ କହିଛନ୍ତି ଯେ ପ୍ରକୃତରେ ମାଲାୟାଲାମ ଭାଷାରେ ରାଜ୍ୟକୁ କେରଳମ୍ ବୋଲି କୁହାଯାଇଥାଏ । ଏଠାରେ ଥିବା କିଛି ଅନ୍ୟାନ ମାଲାୟାଲାମ ଭାଷାଭାଷୀ ସମ୍ପ୍ରଦାୟର କିଛି ଲୋକମାନେ ଆଗରୁ କେରଳ ବୋଲି ଜବଦସ୍ତି କହି ଆସୁଥିଲେ । ତେବେ ଏହାର ସଠିକ ନାମ ପରିବର୍ତ୍ତ କରିବାର ସମୟ ଏବେ ଆସିଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.