fbpx

କେରଳ ଉତ୍ତରା ହତ୍ୟାକାଣ୍ଡ: ବିଷଧର କୋବ୍ରାକୁ ଧରି ସିନ୍ ରିକ୍ରିଏଟ୍ କଲା ପୋଲିସ୍, ଦେଖନ୍ତୁ ଭିଡିଓ

କେରଳ: କେରଳ ପୋଲିସ୍ ଚର୍ଚ୍ଚିତ ଉତ୍ତରା ହତ୍ୟାକାଣ୍ଡରେ ଏକ ଜିଅନ୍ତା କୋବ୍ରା ଓ ଏକ ଡମି ସାହାଯ୍ୟରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି । ଗତବର୍ଷ ମେ ୭ ତାରିଖରେ ଉତ୍ତରାଙ୍କ ମୃତ୍ୟୁ ଏକ କୋବ୍ରା ସାପ କାମୁଡ଼ିବା ଫଳରେ ହୋଇଥିଲା । ତେବେ ପୋଲିସ୍ ଏହି ମାମଲାରେ ତାଙ୍କ ସ୍ୱାମୀ ସୁରଜ ଙ୍କୁ ଗିରଫ କରିଥିଲା । ଏଥିସହିତ ସୁରଜଙ୍କୁ ସାପ ଦେଇଥିବା ଲୋକକୁ ବି ଗିରଫ କରିଥିଲା ପୋଲିସ୍ । ଏବେ କେରଳ ପୋଲିସ୍ ଏହି ହତ୍ୟାକାଣ୍ଡର କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ।

ତେବେ ଏଥିରେ ବିଶେଷଜ୍ଞ ମାନେ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେମାନଙ୍କ କହିବା କଥା ଯେ, କୋବ୍ରା ସାପ ନିଜେ ନିଜେ ଆକ୍ରମଣ କରେନାହିଁ । ଆକ୍ରମଣ କରିବା ପାଇଁ ସାପକୁ ରଗାଇବାକୁ ପଡ଼େ । ଏହା ବ୍ୟତୀତ ଏକ୍ସପର୍ଟ ମାନେ ଏହା ବି ଦେଖିଲେ ଯେ, ରଗାଇବା ଦ୍ୱାରା ବା ଉତ୍ତେଜିତ କରିବା ପରେ କୋବ୍ରାର କାମୁଡ଼ା ଚିହ୍ନ ଏବଂ ନିଜେ ନିଜେ ଆକ୍ରମଣ କରିବା ସମୟର କାମୁଡ଼ା ଚିହ୍ନ ଦୁଇଟି ଯାକ ଭିନ୍ନ ଭିନ୍ନ ଆକାରର ଅଟେ । ଏହି ସୂଚନା ହତ୍ୟାକାଣ୍ଡରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।

ଗତବର୍ଷ ଉତ୍ତରାଙ୍କ ମୃତ୍ୟୁ ତାଙ୍କ ବାପ ଘରେ ହୋଇଥିଲା । ସେହି ସମୟରେ ପୋଲିସ୍ ତାଙ୍କୁ କୋବ୍ରା କାମୁଡ଼ିଥିଲା ଏବଂ ସାପଟି ତାଙ୍କ ରୁମ୍ ରୁ ହିଁ ମିଳିଥିଲା । ପରେ ପୋଲିସ୍ ତାଙ୍କର ପୋଷ୍ଟମଟମ୍ କରିଥିଲା । ଏହି ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ମୃତ୍ୟୁ
ହେବାର କିଛି ମାସ ତଳେ ଉତ୍ତରାଙ୍କୁ ଭାଇପର୍ କାମୁଡ଼ିଥିଲା । ଏହାପରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ ଏବଂ ରିକଭରି ପାଇଁ ବାପ ଘରକୁ ଯାଇଥିଲେ ।

ପୋଲିସ୍ ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲା ଓ ସେ ନିଜର ଦୋଷ ସ୍ୱୀକାର କରିଥିଲେ । ସେ ମାନିଥିଲେ ଯେ, ସୁରେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ସାପ ଦେଇଥିଲେ । ଏହାପୂର୍ବରୁ ସେ ସାପ ମାନଙ୍କ ଉପରେ ଇଣ୍ଟରନେଟ୍ ରେ ରିସର୍ଚ୍ଚ ବି କରିଥିଲେ । ସେ ଯେକୌଣସି ପ୍ରକାରେ ନିଜ ସ୍ତ୍ରୀ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ । ଅନ୍ୟପଟେ ସୁରଜଙ୍କ ଘର ଲୋକଙ୍କ ଉପରେ ବି ଘରୋଇ ହିଂସା ଅଭିଯୋଗ ରହିଛି ।

Get real time updates directly on you device, subscribe now.