fbpx

କ୍ରିକେଟରେ ଆସିବ ଏହି ନୂଆ ନିୟମ, ୧୦୦ମିଟର ପର୍ଯ୍ୟନ୍ତ ଛକା ମାରିଲେ କ୍ରିକେଟରଙ୍କୁ ୬ ନୁହେଁ ମିଳିବ ଏତିିକି ରନ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍‌ର ପୂର୍ବତନ କ୍ୟାପଟେନ୍ କେଭିନ୍ ପିଟରସନ ପୁଣି ଥରେ ଏହି କଥାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି କି ଯଦି ବ୍ୟାଟସମ୍ୟାନ୍ ୧୦୦ କିମ୍ବା ଏହାଠାରୁ ଅଧିକ ଦୂରତାରେ ଛକା ମାରେ ତେବେ ତାଙ୍କୁ ୬ରୁ ଅଧିକ ରନ୍ ମିଳିବା ଉଚିତ । ଭାରତୀୟ ଟିମ୍‌ର କ୍ୟାପଟେନ୍ ରୋହିତ ଶର୍ମା ମଧ୍ୟ ଏହି ପ୍ରକାର ପ୍ରସ୍ତାବ ଦେଇ ସାରିଛନ୍ତି । ସେ କହିଛନ୍ତି କ୍ରିକେଟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏହି ପ୍ରକାର ନିୟମ ଲାଗୁ କରିବା ଉଚିତ । ଯଦି ବ୍ୟାଟସମ୍ୟାନ୍ ୧୦୦ମିଟର ଦୂରତାର ଛକା ମାରୁଛି ତେବେ ତାଙ୍କୁ ୧୦ ରନ୍ ମିଳିବା ଉଚିତ । ଏବେ କେଭିନ୍ ପିଟରସନ ଏହି ପ୍ରକାର ବୟାନ ଦେଇଛନ୍ତି ଓ କହିଛନ୍ତି ବ୍ୟାଟସମ୍ୟାନକୁ ଏପରି ଛକା ଲାଗି ୧୨ ରନ୍ ମିଳିବା ଉଚିତ ।

କ୍ରିକେଟରେ ଏବେ ନୂଆ ନୂଆ ନିୟମମାନ ଲାଗୁ ହେବାରେ ଲାଗିଛି । ଇଣ୍ଟରନ୍ୟାସନାଲ କ୍ରିକେଟରେ ନୁହେଁ ଲିଗ୍ କ୍ରିକେଟରେ ନୂଆ ନୂଆ ନିୟମ ଖେଳକୁ ଆହୁରି ଆକର୍ଷଣୀୟ କରିଛି । ସାଧାରଣତଃ ଟି ୨୦ କ୍ରିକେଟରେ ୧୦୦ ମିଟର ଲମ୍ବା ଛକା ଦେଖିବାକୁ ମିଳିଥାଏ । କିନ୍ତୁ ଏତେ ଲମ୍ବା ଛକା ପ୍ରତିଦିନ ଦେଖିବାକୁ ମିଳି ନ ଥାଏ । ସେହିପରି ଆଇପିଏଲ୍ ପରି ଲିଗ୍ ମ୍ୟାଚ୍‌ରେ ୧୦୦ ମିଟର ଛକା ଦେଖିବାକୁ ମିଳିଥାଏ । ଏପରି ଛକା ଓ ଏପରି ବ୍ୟାଟସମ୍ୟାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ୧୨ ରନ୍ ଦିଆଗଲେ କୌଣସି ଭୁଲ୍ ହେବ ନାହିଁ ବୋଲି କେଭିନ୍ କହିଛନ୍ତି ।

Get real time updates directly on you device, subscribe now.