fbpx

କେଜିଏଫ୍ ଅଭିନେତା ଯଶଙ୍କ ଜନ୍ମଦିନ ଉତ୍ସବ ପାଇଁ ପ୍ରସ୍ତୁତି ବେଳେ ଏକ ବଡ଼ ଦୁର୍ଘଟଣା : ୩ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କନ୍ନଡ ସୁପରଷ୍ଟାର ୟଶଙ୍କୁ ଆଜି କୌଣସି ପରିଚୟର ଦରକାର ନାହିଁ । ଅଭିନେତା କେବଳ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସାରା ଦେଶରେ ତାଙ୍କର ବଡ଼ ପ୍ରଶଂସକ ମଧ୍ୟ ଅଛନ୍ତି । କେଜିଏଫ୍ ଅଭିନେତା ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ସବୁଥର ପରି ଏହି ବର୍ଷ ମଧ୍ୟ ତାଙ୍କ ପ୍ରଶଂସକମାନେ ଜନ୍ମଦିନ ଉତ୍ସବ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଏହି ସମୟରେ ଅଭିନେତା ୟଶଙ୍କ ପ୍ରଶଂସକଙ୍କ ବିଷୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତି ବେଳେ ଅଭିନେତାଙ୍କ ତିନିଜଣ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୁପରଷ୍ଟାର ୟଶଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନ ଉତ୍ସବ ପାଇଁ ଗୋଟିଏ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଅଭିନେତା ଯଶଙ୍କ ଜନ୍ମଦିନର ଏକ ବିଶେଷ ଉତ୍ସବରେ ଏକ ଦୁଃଖଦ ଘଟଣାର ଖବର ସାମ୍ନାକୁ ଆସିଛି । କେଜିଏଫ୍ ଫେମ୍ ୟଶଙ୍କ କଟ୍-ଆଉଟ୍ ଲଗାଇବା ସମୟରେ ବିଦ୍ୟୁତ୍ ଲାଗିବା ଯୋଗୁଁ ତିନିଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ମଧ୍ୟ ଜଣାପଡିଛି । ସୂଚନାନୁସାରେ, କଟ-ଆଉଟ୍ ଇଲେକ୍ଟ୍ରିକ୍ ତାରକୁ ଛୁଇଁବା ପରେ ତିନିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

କେଜିଏଫ୍ ଅଭିନେତା ଯଶଙ୍କ ଜନ୍ମଦିନରେ ଏହି ଦୁର୍ଘଟଣା କେଉଁଠାରେ ଘଟିଥିଲା?
କେଜିଏଫ୍ ଖ୍ୟାତି ଅଭିନେତା ୟଶଙ୍କ ଜନ୍ମଦିନକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିଲେ । ଏହି ଦୁର୍ଘଟଣା ମଧ୍ୟରାତ୍ରିରେ ଗଡାଗ ଜିଲ୍ଲାର ଲକ୍ଷେ୍ମଶ୍ୱର ତାଲୁକର ସୁରଙ୍ଗୀ ଗ୍ରାମରେ ଘଟିଛି । ଏହି ଘଟଣାରେ ହନମନ୍ତ ହରିଜନ (୨୧), ମୁରଲୀ ନାଡାଭିନମଣି (୨୦), ନବୀନ ଗାଜୀ (୧୯) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଲକ୍ଷେ୍ମଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.