fbpx

ବଲିଉଡକୁ ନେଇ କେଜିଏଫ-୨ର ଅଭିନେତା ୟସଙ୍କ ବଡ ବୟାନ; ସାଉଥ ଫିଲ୍ମରେ ସଫଳତା ପେର କହିଲେ…

ମୁମ୍ବାଇ: ବିଗତ ୨ ବର୍ଷର ମହାମାରୀ କରୋନା ପରେ ୨୦୨୨ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଉତ୍ଥାନ ଓ ପତନର ସମୟ ଥିଲା । ଚଳିତ ବର୍ଷ ଅନେକ ଫିଲ୍ମ ରିଲିଜ ହୋଇଥିବା ବେଳେ କିଛି ଫିଲ୍ମ ସୁପର ହିଟ୍ ହୋଇଥିଲା । ଯେଉଁଥିରେ ସାଉଥ୍ ଫିଲ୍ମ ମଧ୍ୟ ସାମିଲ ଅଛି । ତେବେ ଏହାରି ମଧ୍ୟରେ ଦକ୍ଷିଣ ଚଳଚିତ୍ର ଏବଂ ଉତ୍ତର ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ସବୁ ବିଷୟକୁ ନେଇ କେଜିଏଫର ଅଭିନେତା ୟସ ନିଜର ମୁହଣ ଖୋଲିଛନ୍ତି ଏବଂ ବଲିଉଡକୁ ନେଇ ତାଙ୍କ ଫ୍ୟାନ୍ସଙ୍କୁ କିଛି କହିଛନ୍ତି । ଯାହାକି ସମସ୍ତଙ୍କ ମନକୁ ଖୁସି କରଦେଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ୟସ ବଲିଉଡକୁ ସପୋର୍ଟ କରିବା ସହ ତାଙ୍କ ଫ୍ୟାନ୍ସଙ୍କୁ ନିବେତନ କରିଛନ୍ତି ଏବଂ କହିଛନ୍ତି ଯେ ବଲିଉଡ ବିଷୟରେ କିଛି ଭୁଲ କଥା କୁହନାହିଁ କି ଏହାକୁ ଅପମାନ କରନ୍ତୁ ନାହିଁ । ତେବେ ୟସଙ୍କ ଏହି କଥା ଅନେକ ଲୋକଙ୍କ ମନକୁ ଛୁଇଁ ପାଇଛି । ତେବେ ୟସ ଆହୁରି ମଧ୍ୟ କହିଛନ୍ତି ଯେ କର୍ଣ୍ଣାଟକର ଲୋକମାନେ ଅନ୍ୟ କୌଣସି ଇଣ୍ଡଷ୍ଟ୍ରୀକୁ ଛାଡନ୍ତୁ ନାହିଁ କି ଅସମ୍ମାନ କରନ୍ତୁ ନାହିଁ । କାରଣ ଆମେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ସମ୍ମାନ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ତେଣୁ ଆମେ କାହାକୁ ଅପମାନ କରି ପାରିବା ନାହିଁ । ବରଂ ଆମେ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ୍ । ଏତତ୍ ବ୍ୟତୀତ ଉତର ଏବଂ ଦକ୍ଷିଣକୁ ଭୁଲି ଆମେ ସିନେମା ଜଗତ ଏବଂ ବଲିଉଡକୁ ସମ୍ମାନ ଦେବା ଆବଶ୍ୟକ । ଯାହା ଜାଣିବା ପରେ ୟସଙ୍କୁ ସମସ୍ତ ମହଲରୁ ପ୍ରସଂଶାର ସୁଅ ଛୁଟିବା ସହ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.