fbpx

ଇଡିର ରେଡ ପରେ ଖଗେଶ୍ୱର ଗିରଫ; ଅର୍ଚ୍ଚନାଙ୍କ ମାମଲାରେ ଆସିବ କି ନୂଆ ମୋଡ ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ,ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କୁ ଗତକାଲି ଇଡି ଉଠାଇ ନେଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ତେବେ ୨୦୧୭ ମସିହାରୁ ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ହୋଇଥିବା ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ ଇଡି ହାତରେ ଲାଗିଛି । ତେବେ ଗିରଫ ପରେ ଖଗେଶ୍ୱରଙ୍କୁ ଇଡି ରିମାଣ୍ଡରେ ଆଣିବା ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଇଡି ଅର୍ଚ୍ଚନାଙ୍କ ସହେଯାଗି ଖଗେଶ୍ୱରଙ୍କ ଘର ଏବଂ ଶୋ ରୁମରେ ରେଡ କରିଥିଲା । ଏହି ସମୟରେ ତାଙ୍କ ହାତରେ ୬ ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା । ଏହାପରେ ଇଡି ଖଗେଶ୍ୱରଙ୍କୁ ଉଠାଇ ନେବା ସହ ତାଙ୍କୁ ମାରାଥନ ଜେରା କରିଥିଲା । ତେବେ ଅର୍ଚ୍ଚନାଙ୍କ ମାମଲାରେ ଖଗେଶ୍ୱରଙ୍କ ସମ୍ପୃକ୍ତି ନେଇ ଅଧିକ ପରଚା ଉଚରା କରିଥିଲା ଇଡି । ଏହି ମାମଲାରେ ଖଗେଶ୍ୱରଙ୍କ ସମେତ ଅନ୍ୟ ୬ ଜଣଙ୍କ ବୟାନକୁ ମଧ୍ୟ ଇଡି ରେକର୍ଡ କରିଥିଲା ।ତେବେ ଦୀର୍ଘ ଦିନ ଧରି ଖଗେଶ୍ୱରଙ୍କୁ ପୋଲିସ ଖୋଜୁଥିଲେ ବି ପାଉନଥିଲା । କିନ୍ତୁ ଇଡି ଦାୟିତ୍ୱ ନେବା ପରେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଘରେ ରେଡ୍‌ କରିଥିଲା । ଆଉ ଏହାର ଦିନକ ପରେ ଅର୍ଥାତ ଆଜି ଖଗେଶ୍ୱରଙ୍କୁ ଗିରଫ ଇଡି ଗିରଫ କରିଛି । ଯାହାଫଳରେ ଏହା ପୋଲିସର କାର୍ଯ୍ୟଶୈଳି ଓ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ଗତକାଲି ହନିଟ୍ରାପ୍ କୁଇନ୍ ତଥା ଲେଡି ବ୍ଲାକବେଲର ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ଚଢ଼ଉ କରିଥିଲା । ତେବେ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ୬ଟି ସ୍ଥାନରେ ଇଡିର ଖୋଳତାଡ଼ ଜାରି ରହିଥିଲା । କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱର ସତ୍ୟବିହାର ଘର, ଜଳେଶ୍ୱରର ଥିବା ଶାଶୁ ଘର ଓ କଟକ ବାଙ୍କିରେ ରେଡ୍‌ ହୋଇଥିଲା ।ସେହିପରି ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା । ଏଥିସହିତ ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଥିବା ଖଗେଶ୍ୱରଙ୍କ କାର୍ ଶୋ’ ରୁମ୍‌ରେ ମଧ୍ୟ ଇଡି ରେଡ୍ କରିଥିଲା । ତେବେ ଏହି ରେଡ୍ ସମୟରେ ଘର ବାହାରେ CRPF ମୁତୟନ ହୋଇଥିଲେ । ରେଡ୍‌ ରେ କ’ଣ କ’ଣ ସବୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ସମ୍ପର୍କରେ ଏହି ରେଡ୍‌ରୁ ବହୁ ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି ।

ତେବେ ୨୭ ଅକ୍ଟୋବରରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲା ଇଡି ହାତରେ ଲାଗିଥିଲା । ଏହାପରେ ଆକ୍ସନ ମୋଡକୁ ଆସିଥିଲା ଇଡି । ଏଥିସହିତ ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର୍‌ କପିଗୁଡ଼ିକୁ କମିଶନରେଟ୍ ପୋଲିସ ପକ୍ଷରୁ ଇଡିକୁ ହସ୍ତାନ୍ତର କରାଯାଇଥିଲା । ତେବେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ବିରୋଧରେ ଏହି ଦୁଇଟି ପୃଥକ ପୃଥକ ମାମାଲା ରୁଜୁ ହୋଇଥିଲା । ତେବେ ଖଗେଶ୍ୱରର ଗିରଫ ପରେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ବିଷୟରେ ଆଉ କେଉଁ ଗୁମର ଖୋଲୁଛି ଏବଂ ଏହି ମାମଲା କେଉଁ ମୋଡ ନେଉଛି ତାହା ଜାଣିବାକୁ ବାକି ରହିଲା ।

 

Get real time updates directly on you device, subscribe now.