Breaking: ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ମେଲ୍ ପଠାଇଲା ପନ୍ନୁ, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ କରିବୁ
ଭୁବନେଶ୍ବର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେଇଛି । ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ଭିଡିଓ ମେଲ୍ ପଠାଇଛି । ଭାରତୀୟ ଦିବସ ବ୍ୟାଘାତ ପାଇଁ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛି । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍କୁ ଆସିଛି ଧମକପୂର୍ଣ୍ଣ ମେସେଜ୍ । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ମଧ୍ୟ ଦେଇଛି ପନ୍ନୁ । ଆଗକୁ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ହରରେ ହେବାକୁ ଥିବା ବେଳେ ଧମକ ଦେଇଛି ପନ୍ନୁ ।
ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ସମୟରେ ପନ୍ନୁ ଧମକ ଦେଇଥିଲା । ସେତେବେଳେ ମଧ୍ୟ ଅକ୍ଷୟ ସାହୁଙ୍କ ସହିତ ଅନେକ ନ୍ୟୁଜ ଏଜେନ୍ସିକୁ ମେଲ୍ ଆସିଥିଲା । ହେଲେ ବର୍ତ୍ତମାନ କାହାକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରକୁ ନେଇ ମଧ୍ୟ ମେଲରେ ଉଲ୍ଲେଖ କରାଯାଇଛି । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହାରି ଭିତରେ ପନ୍ନୁର ଏହି ମେସେଜ ଚିନ୍ତାକୁ ଦ୍ବିଗୁଣିତ କରିଛି ।