fbpx

BIG NEWS: ଦିଲ୍ଲୀ ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀର ଧମକ

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁର ଧମକ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୦୧ ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ବାର୍ଷିକୀ ପୂର୍ବରୁ ଅର୍ଥାତ ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ପୁଣି ଥରେ ସଂସଦରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ। ଏକ ଭିଡିଓ ମାଧ୍ୟମରେ ଆତଙ୍କବାଦୀ ଗୁରୁପନ୍ତ ଏଭଳି ଧମକ ଦେଇଥିବା ଦେଖିବାକୁ ମିଳିଛି। ତେବେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଦିଲ୍ଲୀ ବନେଗା ଖଲ୍ଲୀସ୍ଥାନ ବୋଲି ଲେଖା ରହିଛି। ଅନ୍ୟପଟେ ଏଥିରେ ଆତଙ୍କବାଦୀ “ଅଫଜଲ ଗୁରୁ” ସହ ତାର ଫଟୋ ମଧ୍ୟ ରହିଛି। ସୂଚନା ଯୋଗ୍ୟ, ୨୦୦୧ ମସିହା ସଂସଦ ଉପରେ ଆକ୍ରମଣ ମାମଲାରେ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା।

ତେବେ ଆତଙ୍କବାଦୀ ଗୁରୁପନ୍ତର ଏଭଳି ଧମକ ପରେ ସତର୍କ ହୋଇଛି ଦିଲ୍ଲୀ ପୋଲିସ। ଯାହାକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛନ୍ତି। ବର୍ତ୍ତମାନ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସଂସଦ ସମେତ ପୂରା ଦିଲ୍ଳୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳୁଛି।

କିଏ ଏହି ଗୁରୁପନ୍ତ ସିଂ ପନ୍ନୁ?

ଯୁକ୍ତରାଷ୍ଟ୍ର (ୟୁଏସ) ଏବଂ କାନାଡା ଭଳି ଦୁଇଟି ସ୍ଥାନରେ ଗୁରୁପନ୍ତ ସିଂ ପନ୍ନୁର ନାଗରିକତା ରହିଛି। ଯାହାକୁ ଜଣେ ଖଲିସ୍ଥାନୀ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ବିଭିନ୍ନ ଆତଙ୍କବାଦୀ ଘଟଣାରେ ତାର ସମ୍ପୃକ୍ତି ରହିଛି। କିଛି ଦିନ ତଳେ ଆମେରିକାରେ ଥିବା ଗୁରୁପନ୍ଥକୁ ହତ୍ୟା କରିବା ପାଇଁ ଭାରତ ସରକାରଙ୍କ ଜଣେ ଅଧିକାରୀ ଉଦ୍ୟମ କରିଥିଲେ ବୋଲି ଆମେରିକା କହିଥିଲା । ଏହାକୁ ନେଇ ଭାରତ ସରକାରଙ୍କୁ ଆମେରିକା ପକ୍ଷରୁ ଜବାବ ମଧ୍ୟ ମଗା ଯାଇଥିଲା । ଅପରପକ୍ଷେ ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଉଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏକ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟୋକ୍ତି ଦେବା ସହ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

Get real time updates directly on you device, subscribe now.